Fastest Train in the world : ଗତ ଦଶନ୍ଧୀ ମଧ୍ୟରେ ଚୀନ ଏବେ ରେଳ ନେଟୱାର୍କ କ୍ଷେତ୍ରରେ ଅଦୃଶ୍ୟ ଭାବେ ଗତି କରୁଛି । ଚୀନର ଶଂଘାଇ ମେଗଲେବ ଦୁନିଆର ସବୁଠାରୁ ଦୃତ ଟ୍ରେନ ଅଟେ । ଏହାର ସର୍ବାଅଧିକ ଅପରେଟିଙ୍ଗ ସ୍ପିଡ ୪୬୦ କିଲୋମିଟର ପ୍ରତି ଘଣ୍ଟା ରହିଛି । ଏଥି ମଧ୍ୟରେ ଜାପାନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀର ଟ୍ରେନ ମଧ୍ୟ ଦୃତ ଗତି ଟ୍ରେନର ତାଲିକାରେ ଅର୍ନ୍ତଭୁକ୍ତ ରହିଛି ।
Shanghai maglev: ଏହାର ଅଧିକତମ ଅପରେଟିଙ୍ଗ ସ୍ପିଡ ୪୬୦ କିଲୋମିଟର ପ୍ରତି ଘଣ୍ଟାରେ ଗତି କରେ । ଏହା ପ୍ରତି ୭ ମିନିଟ୍ରେ ୩୦ କିଲୋମିଟର ଅତିକ୍ରମ କରୁଛି । ଏହା ଦୁନିଆର ପ୍ରଥମ ଟ୍ରେନ ଯାହା ରେଳ ଧରଣାରେ ଚାଲେ ନାହିଁ , ଏହାର ପରିଚାଳନା ଶକ୍ତିଶାଳୀ ଚୁମ୍ବକ ସାହାଯ୍ୟରେ ହୋଇଥାଏ । ଚୀନ ବର୍ତ୍ତମାନ ୬୦୦ କିଲୋମିଟର ପ୍ରତି ଘଣ୍ଟା ମେଗଲେବ ମଧ୍ୟ ତିଆରି ହୋଇଗଲାଣି । ସାଧାରଣ ବଗୀରେ ଏହାର ଗୋଟିଏ ଟିକଟର ମୂଲ୍ୟ ୫୭୭ ରହିଥିବା ବେଳେ ଭିଆଇପି ଟିକଟର ମୂଲ୍ୟ ୧୧୫୪ ଟଙ୍କା ରହିଛି । ଏହି ଟ୍ରେନ ପ୍ରାୟ ୨ଘଣ୍ଟାରେ ଦିଲ୍ଲୀ ରୁ ପାଟନା ପହଁଚାଉଛି ।
CR400’Fuxing’ – – ଏହି ତାଲିକାରେ ଦ୍ୱିତୀୟ ଟ୍ରେନ ମଧ୍ୟ ଚୀନର ରହିଛି । ଏହା ୩୫୦ କିଲୋମୋଟର ପ୍ରତି ଘଣ୍ଟାରେ ଗତି କରୁଛି । ଏହା ୟୁରୋପ ଏବଂ ଜାପାନର ଆଇ ଟେକ୍ନୋଲଜି ଉପରେ ଆଧାରିତ ପୂର୍ବ ପିଢିର ଦୃତ ଟ୍ରେନ । ଏହା ପ୍ରତି ଘଣ୍ଟାକୁ ୪୨୦ ବେଗରେ ମଧ୍ୟ ଚଲାଯାଇପାରିବ ।
ICE3 – ଏହା ଜର୍ମାନୀର ଟ୍ରେନ ଅଟେ । କିନ୍ତୁ ଏହି ଟ୍ରେନର ଦୃତଗତି ସେତେବେଳେ ତୀବ୍ର କରାଯାଏ ଯେତେବେଳେ ଟ୍ରେନଟି ଲେଟ୍ ହୋଇଯାଇଥାଏ । ଏହା ୩୦୦କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଇଥାଏ ।
TGV- ଫ୍ରାନ୍ସର ଟ୍ରେନ ୩୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ ।ଏହି ଟ୍ରେନକୁ ୫୪୭ କିଲୋମିଟର ପ୍ରତି ଘଣ୍ଟା ବେଗରେ ମଧ୍ୟ ଗତି କରାଯାଇଥିଲା । ଏହା ସାଧାରଣ ବେଗ ଠାରୁ ପ୍ରାୟ ଦ୍ୱିଗୁଣ ଅଟେ । ଏହି ଉପଲବ୍ଧିଟି ୨୦୦୭ରେ ମିଳିଥିଲା । ଏହା ଫ୍ରାନ୍ସରେ ୟୁରୋପର ପ୍ରଥମ ଡେଡିକେଟେଡ ହାଇସ୍ପିଡ ନେଟୱାର୍କ ଅଟେ ।
JR east E5 -ଜାପାନର ଏହି ଟ୍ରେନ ଅଧିକତମ ୩୨୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ । ଏହି ଟ୍ରେନଟି ଅଳ୍ପ ଅଲୁମିନିୟମରେ ତିଆରି ଯାହାଫଳରେ ଏହା ଟ୍ରେନର ବେଗକୁ ଦୃତ କରିବାରେ ସାହାଯ୍ୟ କରିଥାଏ ।
AI boraq -ମରକୋର ଏହି ଟ୍ରେନ ଅଧିକତମ ୩୨୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ । ଏହି ଟ୍ରେନକୁ ଆଫ୍ରିକାର ଏକମାତ୍ର ଡେଡିକେଟେଡ ତିବ୍ର ବେଗରେ ଗତି କରୁଥିବା ଟ୍ରେନ ନେଟୱାର୍କରେ ଚଲାଯାଏ ।
AVES-103-ଏହା ସ୍ପେନର ଟ୍ରେନ ଅଟେ । ଏହି ଟ୍ରେନର ଅଧିକତମ ୩୧୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ । ଏହାର ପରିଚାଳନା ୧୯୯୨ରେ ଆରମ୍ଭ ହୋଇଥିଲା । ଏହାକୁ ୩୫୦ କିଲୋମିଟର ପ୍ରତି ଘଣ୍ଟା ବେଗ ପର୍ଯ୍ୟନ୍ତ ଗତି କରି ପାରିବ ।
KTX–ଦକ୍ଷିଣ କୋରିଆର କେଟିଏକ୍ସ ଏହି ତାଲିକାର ୮ ନମ୍ବରରେ ରହିଛି । ଏହା ୨୦୦୪ରୁ ଚାଲୁ ରହିଛି , ଏହା ର ବେଗ ୩୦୫ କିଲୋମିଟର ପ୍ରତି ଘଣ୍ଟାରେ ଗତି କରୁଛି । ଜରୁରୀ ପଡିଲେ ଏହା ୩୫୦ ବେଗରେ ମଧ୍ୟ ଗତି କରି ପାରିବ ।
Trenitalia ETR1000-ଏହା ଇଟାଲୀର ଟ୍ରେନ ଅଟେ , ଏହାକୁ ୩୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ କିନ୍ତୁ ଏହାକୁ ୪୦୦ କିଲୋମିଟର ପ୍ରତି ଘଣ୍ଟା ବେଗ ପାଇଁ ଡିଜାଇନ କରାଯାଇଛି । ଏହାର ପରିଚାଳନା ୨୦୧୭ରୁ ହୋଇଛି ।
Haramain High Speed Railway – ସାଉଥ ଆରବର ଏହି ଟ୍େରନ ୩୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରେ । ଏହା ୪୫୦ କିଲୋମିଟର ରାସ୍ତା ୨ ଘଣ୍ଟାରେ ଅତିକ୍ରମ କରିଥାଏ । ଏହା ସ୍ପେନର ଟାଲଗୋ ଟ୍ରେନ ଅଟେ , ଏହାକୁ କେବଳ ୫୦ ଡିଗ୍ରୀ ସେଲ୍ସିୟସର ତାପମାତ୍ରାରେ ପରିଚାଳନା କରିବା ପାଇଁ ତିଆରି କରାଯାଇଥିଲା ।