ଭୁବନେଶ୍ୱର: ୪ ଜିଲ୍ଲାକୁ ୩ ଘଣ୍ଟା ପାଇଁ କାଳବୈଶାଖୀ ବର୍ଷା ସମ୍ଭାବନା । ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ସତର୍କ ଘଣ୍ଟି ବଜାଇଲା ଆଞ୍ଚଳିକ ପାଣିପାଗ ବିଭାଗ ।
ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ତୋଫାନ ସହ ବଜ୍ରପାତ ହେବା ନେଇ ଆଶଙ୍କା ।
କିଛି ଅଞ୍ଚଳରେ କୁଆ ପଥର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ। ଝଡ଼ ତୋଫାନ ସହ ବହିବ ତୀବ୍ର ବେଗରେ ପବନ। ଆଲର୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀର ପ୍ରକୋପ।
ଏପଟେ କାଳବୈଶାଖୀ ପ୍ରଭାବ ଯୋଗୁଁ କମିଛି ତାତିର ପ୍ରକୋପ। ଆଜି ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ଆକଳନ ଅନୁସାରେ, ଆସନ୍ତା ୧୩,୧୪ ଓ ୧୫ ତାରିଖରେ ରାଜ୍ୟରେ କାଳବୈଶାଖୀର ପ୍ରକୋପ ଅଧିକ ରହିବ। ଆଉ ୧୬-୧୭ ତାରିଖ ବେଳକୁ କାଳବୈଶାଖୀର ପ୍ରକୋପ କମିଲେ ମଧ୍ୟ କେତେକ ସ୍ଥାନରେ ବର୍ଷା ଜାରି ରହିବ।