ରାଜ୍ୟରେ ଏହିସବୁ ଜିଲ୍ଲାରେ ବର୍ଷା ଆଶଙ୍କା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ସକାଳ ଓ ଅପରାହ୍ନ ଟ୍ୱିନ୍ ସିଟି ସହ ଅନେକ ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଆଜି ଅର୍ଥାତ ୨୦ ଏପ୍ରିଲରେ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ିଘଡ଼ି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତା କାଲି ଅର୍ଥାତ ୨୧ ଏପ୍ରିଲ୍ ପାଇଁ ୧୭ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ୧୭ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।