କଳା ହୋଇଗଲା ଆକାଶ, ପବନର ଗର୍ଜନକୁ ଝିପଝିପ ବର୍ଷାରେ ଓଦା ହେଲା ଭୁବନେଶ୍ୱର
ଭୁବନେଶ୍ୱରର ବଦଳିଲା ପାଗ, ବର୍ଷା ସାଙ୍ଗ ପବନ ଜାରି
ଭୁବନେଶ୍ୱର: ହଠାତ୍ ଭୁବନେଶ୍ୱରର ପାଗ ବଦଳିଯାଇଛି । ଆକାଶର ବାଦଲ କଳା ସାଙ୍ଗକୁ ପବନର ବେଗ ବଢିଯାଇଛି । ପାଣିପାଗ ବିଭାଗର ସମ୍ଭାବନା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି । ରାଜଧାନୀରେ ବର୍ଷା ଜାରି ରହିଛି ।
କେତେକାଂଶରେ ପ୍ରବଳ ବର୍ଷା ମଧ୍ୟ ହୋଇଥିବା ଜଣାପଡିଛି । ଏହି ପାଗ କଟକରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ଭୁବନେଶ୍ୱର ଏବଂ କଟକରେ ଟାଣ ଖରା ଅନୁଭୂତ ହୋଇଥିଲା । କିନ୍ତୁ ଦ୍ୱିପ୍ରହର ୨ଟାରୁ ପାଗରେ ପରିବର୍ତ୍ତନ ହୋଇଛି ।
ପାଣିପାଗ ବିଭାଗ ସୂଚନା ଦେଇଥିଲା ଯେ, ଆଉ ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ବର୍ଷା ସମ୍ଭାବନା ରହିଛି । ଏହି ପ୍ରଭାବ ବିଶେଷ କରି ଓଡ଼ିଶାର ଉପକୂଳବର୍ତ୍ତୀ ଓଡ଼ିଶାରେ ରହିବ । ଆସନ୍ତା ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି ।