Breaking: ଆଫଗାନିସ୍ତାନ ପାଇଁ କାଳ ସାଜିଲା ବର୍ଷା, ସେମିଫାଇନାଲରେ ପହଞ୍ଚିଲା କଙ୍ଗାରୁ ଦଳ
ତୃତୀୟ ଦଳ ଭାବରେ ସେମି ଫାଇନାଲରେ ପାଦ ଦେଲା କଙ୍ଗାରୁ ଦଳ। ବର୍ଷା ବାଧକ ସାଜିବାରୁ ଆଜିର ମ୍ୟାଚ୍ ହାତେଇ ନେଲା ଅଷ୍ଟ୍ରେଲିଆ।
ଲାହୋର: ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କଲା ଅଷ୍ଟ୍ରେଲିଆ। ଲାହୋର ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବାଜିମାତ୍ କରିନେଲା କଙ୍ଗାରୁ ଦଳ। ଏହାସହ ସେମିରେ ତୃତୀୟ ଦଳ ଭାବରେ ପ୍ରବେଶ କଲା ଅଷ୍ଟ୍ରେଲିଆ।
ଯଦିଓ ଏହି ମ୍ୟାଚ୍ ଶେଷ ହୋଇନଥିଲା। କିନ୍ତୁ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ବାଜି ମାରିନେଲା। ଏହାସହ ତିନୋଟି ମ୍ୟାଚ୍ ଖେଳି ଗୋଟିଏ ମ୍ୟାଚରେ ଜିତି ସେମାଫାଇନାଲରେ ପହଞ୍ଚିଛି କଙ୍ଗାରୁ ଦଳ। ଯଦି ଦେଖିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁଁ ହାତେଇ ନେଇଥିଲା ଅଷ୍ଟ୍ରେଲିଆ।
ଠିକ୍ ସେହିପରି ଆଜି ଲାହାରରେ ଖେଳାଯାଉଥିବା ମ୍ୟାଚ ବେଳେ ବି ବର୍ଷା ବାଧକ ସାଜିଥିଲା। ବର୍ଷା ଛାଡିବା ପରେ ବି ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ଯେହେତୁ ପିଚ୍ ଓଦା ହୋଇଯାଇଥିଲା ତେଣୁ ମ୍ୟାଚ୍ ହେବା ସମ୍ଭବ ହେଲା ନାହିଁ। ତେଣୁ ଗ୍ରୁପ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଜିତି ଚାରି ପଏଣ୍ଟ ନେଇ ସେମିଫାଇନାଲରେ ସ୍ଥାନ ପକ୍କା କଲା କଙ୍ଗାରୁ ଦଳ।
ବର୍ଷା ହେବା ପୂର୍ବରୁ ଅଷ୍ଟ୍ରେଲିଆ ଜିତିବା ପାଇଁ ଆଫଗାନିସ୍ତାନ ୨୭୪ ରନ୍ର ଲକ୍ଷ୍ୟ ଦେଇଥିଲା। ମ୍ୟାଚ୍ ବନ୍ଦ ହେବା ବେଳକୁ ଅଷ୍ଟ୍ରେଲିଆ ୧୨.୫ ଓଭରରେ ଗୋଟିଏ ୱିକେଟ୍ ପାଇଁ ୧୦୯ ରନ୍ ସଂଗ୍ରହ କରିଥିଲା।
ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ନଅଟି ଚାରି ସହାୟତାରେ ୫୯ ରନ୍ ଏବଂ ୪୦ ବଲରୁ ଗୋଟିଏ ଛକା ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୧୯ ରନ୍ ସଂଗ୍ରହ କରିବା ପରେ କ୍ରିଜରେ ଉପସ୍ଥିତ ଥିଲେ। ଟାର୍ଗେଟକୁ ପିଛା କରି କଙ୍ଗାରୁ ଦଳ ମାଥ୍ୟୁ ସର୍ଟଙ୍କ ୱିକେଟ୍ ହରାଇଥିଲା। ଯିଏ ତିନୋଟି ଚୌତା ଓ ଗୋଟିଏ ଛକା ସାହାଯ୍ୟରେ ୧୫ ବଲରେ ୨୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।
ଜିତିବା ପାଇଁ ଅଷ୍ଟ୍ରେଲିଆକୁ ଆଉ ୧୬୫ ରନ୍ ସ୍କୋର କରିବାକୁ ପଡିଥାନ୍ତା। କିନ୍ତୁ ବର୍ଷା ବାଧକ ସାଜିବା କାରଣରୁ ଅଷ୍ଟ୍ରେଲିଆ ବାଜିମାତ୍ କଲା।