fbpx

ଅପରାହ୍ନ ୪ଟା ୪୫ ସୁଦ୍ଧା ୧୩ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୯ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ କାଳବୈଶାଖୀ ହେଉଛି । ଏହାରି ମଧ୍ୟରେ ଅପରାହ୍ନ ୪ଟା ୪୫ ସୁଦ୍ଧା ୧୩ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଛି । ଏହାସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବା ସମ୍ଭାବନା ରହିଛି । ୧୩ଜିଲ୍ଲାଗୁଡ଼ିକ ଗଞ୍ଜାମ, ଗଜପତି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ।
ଅନ୍ୟପଟେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ଆଶଙ୍କା ରହିଛି । ଜୁନ ୧୧ରେ ୮ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୩ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ରହିଛି ।

Get real time updates directly on you device, subscribe now.