fbpx

ଶିମିଳିପାଳରେ କୁଆପଥର ସହ ବର୍ଷା, ଲୋକେ କହିଲେ ‘ଆସିଲେ ଇନ୍ଦ୍ରଦେବ’

Advertisement

କରଞ୍ଜିଆ,୧୦ ।୩(ଓଡିଶା ଭାସ୍କର): ଶିମିଳିପାଳ ଜଙ୍ଗଲରେ ନିଆଁକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ଶିମିଳିପାଳର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି । ଗତ ୨ ସପ୍ତାହ ଧରି ଜଳୁଥିବା ନିଆଁକୁ ଲିଭାଇବାକୁ ସ୍ୱୟଂ ଇନ୍ଦ୍ର ଦେବତା ଆସିଥିବା ଅନେକ ଲୋକ କହିଛନ୍ତି ।

କିଛି ୨ ସପ୍ତାହ ହେବ ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଶାସନ ଓ ଦମକଳ ବାହିନୀ ଅହରହ ଚେଷ୍ଟା ଚଳାଇଥିଲେ । କରଞ୍ଜିଆ ସମେତ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାରୁ ବନ୍ୟଜନ୍ତୁ ସମେତ ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ।

Get real time updates directly on you device, subscribe now.