fbpx

ରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମରେ ଓଡିଶା କନେକ୍ସନକୁ ନେଇ ଚର୍ଚ୍ଚା, ଓଡ଼ିଆ ପୁଅ ସେକ୍ସସ୍ପିୟରଙ୍କ ଲିଙ୍କ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ଅଭିଯୋଗ ଆସିବା ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇ ଥିଲା । ଜାତୀୟ ଗଣମାଧ୍ୟମରେ ଏହି ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହାର ଓଡିଶା କନେକ୍ସନକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍‌ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ପୁଅ ସେକ୍ସପିୟର ତ୍ରିପାଠୀ କାମ କରିଥିବା ଜଣାପଡ଼ିଛି ।

ଲୋକପ୍ରିୟ ଓଟିଟି ପ୍ଳାଟଫର୍ମ ହଟ୍‌ସଟ୍‌ରେ ପ୍ରସାରିତ ହେଉଥିବା ଦୁଇଟି ମୁଭିରେ ଅଭିନୟ କରିଛନ୍ତି ଏହି ଓଡିଆ ହିରୋ । ଏହି ୨ ଫିଲ୍ମର ନାମ ପେଜ୍‌ ଥ୍ରୀ ଓ ସୁର୍ତ୍ତାଲ । ପେଜ୍‌ ଥ୍ରୀ ଏକ ରୋମାଣ୍ଟିକ୍‌ ଫିଲ୍ମ ହୋଇଥିବା ବେଳେ, ସୁରତାଲରେ ଏକ ନୃତ୍ୟ ପ୍ରଶିକ୍ଷକ ଭାବରେ ଅଭିନୟ କରିଛନ୍ତି ସେକ୍ଟିୟର । ଏହି ଦୁଇଟି ଯାକ ଫିଲ୍ମରେ କୌଣସି ଅଶ୍ଳୀଳ ଦୃଶ୍ୟ ନଥିଲା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.