fbpx

Twitter ଓ Instagram ଆକାଉଣ୍ଟ ଡିଲିଟ୍ କଲେ ରାଜ କୁନ୍ଦ୍ରା; ଏମିତି ପ୍ରତିକ୍ରିୟା ରଖିଲେ ଶିଳ୍ପା ସେଟ୍ଟୀ

ସୋସିଆଲ ମିଡିଆ : ଚର୍ଚ୍ଚିତ ଉଦ୍ୟୋଗପତି ଏବଂ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍ କରିଛନ୍ତି । ପର୍ଣ୍ଣ ଫିଲ୍ମ ମାମଲାରେ ବାହାରକୁ ଆସିଥିବା ରାଜ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ କରିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପା । ଶିଳ୍ପା ସେଟ୍ଟୀ ଇନଷ୍ଟଗ୍ରାମରେ ନିଜ ପସନ୍ଦର ଗୋଟିଏ ବହିରୁ କିଛି ଲାଇନ୍ ଶେୟାର କରିଥିବା ଦେଖିବାକୁ ମିଳିଛି । ରାଜ କୁନ୍ଦ୍ରାଙ୍କ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରୁ ନିଜର ଆକାଉଣ୍ଟ ଡିଲିଟ କରିବା ପରେ ହିଁ ଶିଳ୍ପାଙ୍କ ପୋଷ୍ଟ ସାମ୍ନାକୁ ଆସିଥିଲା । ତାଙ୍କର ସେୟାର କରାଯାଇଥିବା ଏହି ନୋଟରେ ଲେଖା ରହିଛି, ଆପଣଙ୍କୁ ନିଜର ସୁବିଧା, ଆରାମ ଅନୁଯାୟୀ ସହର ତ୍ୟାଗ କରିବାକୁ ପଡିଥାଏ ଏହା ଦ୍ୱାରା ଆପଣ ନିଜକୁ ପୁନଃଆବିଷ୍କାର କରିବାର ସୁଯୋଗ ପାଇବେ । ଆପଣ ସେଠାରେ ଯାହା ପାଇବେ ତାହା ବହୁତ ଭଲ ହେବ । ଏଠାରେ ଆପଣଙ୍କର ନିଜକୁ ଭଲରେ ଜାଣିପାରିବେ ।

ଏହି ନୋଟରେ ଆଗକୁ ମଧ୍ୟ ନିଜର କମ୍ଫର୍ଟ ଜୋନ୍ ସମ୍ବନ୍ଧରେ ଆଲୋଚନା କରାଯାଇଥିବାବେଳେ ଲେଖା ହୋଇଛି ଯେ, ଆମେ କମ୍ଫର୍ଟ ରହିଥିବାବେଳେ ଶାନ୍ତି ପାଇଥାଉ । ଯଦିଓ ଆମକୁ ସବୁବେଳେ ଆମ ଜୀବନଠୁ ସବୁକିଛି ମିଳିପାରିନାହିଁ, କିଛି ବି ସଂପୂର୍ଣତା ନାହିଁ କିନ୍ତୁ ଆମେ ଜାଣିଛୁ କି ଆମେ କଣ ଏବଂ କେଉଁ ରାସ୍ତା ଦେଇ ଆମେ ଯାଉଛୁ ତା ସହ ଆମେ ଏହି ଭାବନାକୁ ନେଇ ଠିକ୍ ହିଁ ଅନୁଭବ କରୁଛେ । କଣ ହେବ ଯେବେ ଆମେ ନିଜ କମ୍ଫର୍ଟ ଜୋନରୁ ବାହାରକୁ ବାହାରିବା? ଅଲଗା ଦେଶରେ ଗୋଟିଏ ବର୍ଷ ରହିବା ଦ୍ୱାରା ଆମେ ନିଜ ଭିତରେ ଏବଂ ଦୁନିଆକୁ ଦେଖିବାର ଢଙ୍ଗକୁ ବଦଳାଇ ପାରିବା । ଆମେ ଏମିତି ଏକ ପରିବର୍ତ୍ତନ ଆଡକୁ ଆଗକୁ ବଢି ପାରିବା ଯାହା ଆମେ କେବେ ବି ଚିନ୍ତା କରିନଥିବା । ମୁଁ ନିଜ କମ୍ଫର୍ଟ ଜୋନରୁ ବାହାରିବାକୁ ଚାହୁଁଚି ଏବଂ ଭବିଷ୍ୟତରେ କଣ ହେବ ତାହା ଦେଖିବାକୁ ଚାହୁଁଚି । ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରା ଜାମିନରେ ବାହାରିବା ପରଠାରୁ ସେ କେଉଁଠାରେ ବି ନଜର ଆସିନାହାନ୍ତି । ନଭେମ୍ବର ୧ ରେ ରାଜ ନିଜର ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଡିଲିଟ୍ କରିଦେଇଛନ୍ତି । ପର୍ଣ୍ଣୋଗ୍ରାଫି କେସରେ ରାଜ ଗିରଫ ହୋଇ ୨ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୨୦ରେ ତାଙ୍କୁ ଜାମିନ ମିଳିଥିଲା ।

Get real time updates directly on you device, subscribe now.