ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ୍ କୁନ୍ଦ୍ରା ଅଡ଼ୁଆରେ ଫଶିଛନ୍ତି । ତେବେ ଇତି ମଧ୍ୟରେ ରାଜ୍ କୁନ୍ଦ୍ରା ଏବଂ ରେୟାନ୍ ଥେରାପିଙ୍କ ଜାମିନ୍ ଆବେଦନ ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖରେ କରାଯିବ । ଗୁରୁବାର ଦିନ ପୋଲିସକୁ ଦୁହିଁଙ୍କର ଜାମିନ୍ ଆବେଦନକୁ ନେଇ ନୋଟିସ୍ କରାଯାଇଛି ।
ସୂଚନାଯୋଗ୍ୟ, ରେୟାନ୍ ଓ ରାଜ୍ କୁନ୍ଦ୍ରା ମାଜିଷ୍ଟ୍ରେଟ୍ କୋର୍ଟକୁ ଚ୍ୟାଲେଞ୍ଚ କରିଛନ୍ତି । ଯେଉଁଥିରେ ସେମାନଙ୍କ ଜାମିନ୍ ଆବେଦନକୁ ଖାରଜ କରିଦିଆଯାଇଥିଲା । ବର୍ତ୍ତମାନ ପର୍ଣ୍ଣୋଗ୍ରାଫୀ ମାମଲାରେ ୧୪ ଦିନର ପୋଲିସ୍ ହେପାଜତରେ ଜେଲ୍ ରେ ରହିଛନ୍ତି ରାଜ୍ କୁନ୍ଦ୍ରା । ଅଶ୍ଲୀଳ ଫିଲ୍ମ ତିଆରି କରିବା ଏବଂ ତାକୁ ବିଭିନ୍ନ ଆପ୍ ରେ ଅପଲୋଡ୍ କରିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେ ଏବେ ଜେଲ୍ ରେ ରହିଛନ୍ତି । ତେବେ ତାଙ୍କ ଗିରଫଦାରୀ ମାମଲାରେ ନୂତନ ତଥ୍ୟ ସାମନାକୁ ଆସିଛି । ପୋଲିସ୍ କୁ ଦୁଇଟି ଆପ୍ ରୁ ୫୧ଟି ପର୍ଣ୍ଣ ଫିଲ୍ମ ମିଳିଛି ।
Bail applications of businessman & actor Shilpa Shetty's husband Raj Kundra & Ryan Thorpe kept for hearing on 10th Aug. Notices issued to Police on their bail plea.
Both Kundra & Thorpe have challenged magistrate court's order that rejected their bail applications.
(File pic) pic.twitter.com/XjrkWFxzN4
— ANI (@ANI) August 5, 2021