fbpx

ଫେଲ ମାରିଲା ୯ ଘଣ୍ଟାର ପରିଶ୍ରମ: ରେସ୍କ୍ୟୁ ପରେ ଚିକିତ୍ସା ସମୟରେ ଆଖିବୁଜିଲେ ନାବାଳିକା

ମଧ୍ୟପ୍ରଦେଶ: ବୋରୱେଲରେ ଖସିପଡ଼ିଥିବା ଜଣେ ୫ ବର୍ଷର ବାଳିକାକୁ ଆଜି ସଫଳତାର ସହ ଉଦ୍ଧାର କରାଯିବା ପରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ମଙ୍ଗଳବାର ରାତି ୨:୩୦ ରେ ନାବାଳିକାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା । ତେବେ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଭୋପାଳକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ୫ ଟାରେ ପଡ଼ିଆରେ ଖେଳୁଥିବା ବେଳେ ନାବାଳିକା ଜଣଙ୍କ ଏକ ଖୋଲା ବୋରୱେଲରେ ପଡ଼ିଯାଇଥିଲେ । ଏହି ବିଷୟରେ ସୂଚନା ପାଇବା ମାତ୍ରେ … ଏବଂ … ଦଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହା ସହ ଜିଲ୍ଲା ପ୍ରଶାସନ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ରାଜଗଡ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଥିଲା। ତେବେ ଏହି ୫ ବର୍ଷୀୟ ନାବାଳିକା ଜଣଙ୍କ ପ୍ରାୟ ତିରିଶ ଫୁଟ ଗଭୀର ଏକ ବୋରୱେଲର ଭିତରେ ନଅ ଘଣ୍ଟା ଧରି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରିଥିଲେ ।

ତେବେ ଉଦ୍ଧାରକାରୀ ଦଳ ପ୍ରାୟ ୯ ଘଣ୍ଟାର ନୀରବଚ୍ଛିନ୍ନ ଉଦ୍ଧାରକାର୍ଯ୍ୟ ପରେ ନାବାଳିକାଙ୍କୁ ସଫଳତାର ସହ ବୋରୱେଲ ମଧ୍ୟରୁ ଉଦ୍ଧାର କରିଥିଲେ । ଏପରିକି ଉଦ୍ଧାର ପରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଭୋପାଳ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ସେଠାରେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ଏହାପୂର୍ବରୁ ମଧ୍ୟ ମଧ୍ୟପ୍ରଦେଶରେ ପିଲାମାନେ ବୋରୱେଲରେ ପଡ଼ିବା ଭଳି ମାମଲା ରୁଜୁ ହୋଇଛି। ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟପ୍ରଦେଶର ବିଦିଶାରେ ୨ ବର୍ଷର ବାଳିକା ଅସ୍ମିତା ଅହିରୱର ଏକ ବୋରୱେଲରେ ପଡ଼ିଯାଇଥିଲେ। ତାଙ୍କୁ ବୋରୱେଲରୁ ଉଦ୍ଧାର କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ଜୁନ ମାସରେ ସେହୋରର ମୁଙ୍ଗାୱାଲି ଗାଁର ୨ ବର୍ଷୀୟ ନାବାଳିକା ସୃଷ୍ଟି ବିଲରେ ନିର୍ମିତ ଏକ ବୋରୱେଲରେ ପଡିଯାଇଥିଲେ। ତାଙ୍କୁ ବୋରୱେଲରୁ ବାହାର କରାଯାଇଥିଲା କିନ୍ତୁ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ହେଲାନାହିଁ ।

Get real time updates directly on you device, subscribe now.