fbpx

EVM ମାମଲା: ଏଲନ ମସ୍କଙ୍କୁ କଡ଼ା ଜବାବ ଦେଲେ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର

Advertisement

ନୂଆଦିଲ୍ଲୀ: କୋଟିପତି ଆମେରିକା ବିଜନେସ ମ୍ୟାନ ଏଲନ ମସ୍କ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଆମେ ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନକୁ ବନ୍ଦ କରିଦେବା ଆବଶ୍ୟକ । ଏହା ମନୁଷ୍ୟ କିମ୍ବା ଏଆଇ ଦ୍ୱାରା ହ୍ୟାକ କରାଯିବାର ସମ୍ଭାବନା ରହିଛି ।

ଏହାରି ମଧ୍ୟରେ ବିଜେପି ନେତା ରାଜୀବ ଚନ୍ଦ୍ରଶେଖର ମସ୍କଙ୍କୁ କଡ଼ା ଜବାବ ଦେଇଛନ୍ତି । ଏବଂ ତାଙ୍କୁ ବାସ୍ତବରେ ଭୁଲ କହିଛନ୍ତି । ସେ କହିଛନ୍ତି ଯେ, ମସ୍କ କହୁଛନ୍ତି ଯେ, ସମସ୍ତ ଇଭିଏମକୁ ହ୍ୟାକ କରାଯାଇପାରିବ । ଏହ ଭୁଲ ଅଟେ । ଏହା ଦାବି କରାଯାଉଛି ଯେ, ଦୁନିଆରେ ଅନେକ ଡିଜିଟାଲ ପ୍ରଡକ୍ଟ ସୁରକ୍ଷିତ ନୁହେଁ । କାରଣ ପ୍ରତି ଟେସଲା କାରକୁ ହ୍ୟାକ କରାଯାଇପାରେ । ସେ ସଂପୂର୍ଣ୍ଣ ଭାବେ ଭୁଲ ଅଟେ ।

ଚନ୍ଦ୍ରଶେଖର କହିଛନ୍ତି ଯେ, ମସ୍କ ଆମେରିକାରେ କିଛି ଇଭିଏମ ମୁଖ୍ୟ ଭାବେ ପ୍ୟୁର୍ଟୋ ରିକୋ ସମ୍ବନ୍ଧରେ ବିବୃତ୍ତି ଦେଇଛନ୍ତି । ସେ ବ୍ୟାପକ ଭାବେ କହିଛନ୍ତି ଯେ, ଇଭିଏମକୁ ହ୍ୟାକ କରାଯାଇପାରିବ । ମୁଁ ଏଲନ ମସ୍କଙ୍କ ପରି କୌଣସି ବ୍ୟକ୍ତି ସହ ଯୁକ୍ତି କରିପାରିବି ନାହିଁ । ହେଲେ ତାଙ୍କ ବିବୃତ୍ତିକୁ ଚ୍ୟାଲେଞ୍ଜ ଦେବା ଛଡା ଆଉ କିଛି ରାସ୍ତା ନଥିଲା ।

Get real time updates directly on you device, subscribe now.