fbpx

ପ୍ରଧାନମନ୍ତ୍ରୀଙ୍କ ହତ୍ୟାରେ ଥିଲେ ସାମିଲ: ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀକୁ ମିଳିଛି ଜାମିନ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ବୁଧବାର ଜାମିନ ପ୍ରଦାନ କରାଯାଇଛି । ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଏଜି ପେରାରିଭଲାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ନିଜର ଆଜୀବନ କାରାଦଣ୍ଡକୁ କମ କରିବା ପାଇଁ ପେରାରିଭିଲା ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ଯାଚିକା ବିଚାର ପାଇଁ ବର୍ତ୍ତମାନ ରହିଥିବା ବେଳେ ଏହା ମଧ୍ୟରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କୁ ଜାମିନ ମିଳିସାରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପେରାରିଭିଲା ନିଜର ଗ୍ରାମ ଝୋଲାରପେଟାଇ ଛାଡି ଯାଇପାରିବେ ନାହିଁ । ଗ୍ରାମର ୧୦୦ କିମି ଦୂରତାରୁ ଅଧିକ ଦୂରକୁ ସେ ଯାଇପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରତି ମାସରେ ପେରାରିଭଲାନ ସ୍ଥାନୀୟ ପୋଲିସ ଷ୍ଟେସନରେ ହାଜିରା ପକାଇବେ । ଆଜୀବନ କାରାଦଣ୍ଡ ପାଇଥିବା ପେରାରିଭଲା ବର୍ତ୍ତମାନ ସୁଦ୍ଧା ୩୦ ବର୍ଷ ଜେଲ ଦଣ୍ଡ ଭୋଗି ସାରିଛନ୍ତି ।

Get real time updates directly on you device, subscribe now.