fbpx

LAC ସ୍ଥିତି ନେଇ ରାଜନାଥଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୧ ।୨: LAC ସ୍ଥିତି ନେଇ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ଯେ, ‘ଲଦାଖର ପୋଙ୍ଗଙ୍ଗ ହ୍ରଦରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଛି । ପୋଙ୍ଗଙ୍ଗର ଉତ୍ତର-ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ପ୍ରତ୍ୟାହାର ହେଉଛି । ଚୁକ୍ତି ଅନୁସାରେ ୪୮ ଘଣ୍ଟା ଭିତରେ ସୈନ୍ୟ ପ୍ରତ୍ୟାହାର ହେବ । ଏହି ମାମଲାରେ ଗତ ସେପ୍ଟେମ୍ବର ମାସରୁ ଚୀନ୍ ସହ ଆଲୋଚନା ଜାରି ରହିଛି । LACରେ ଅନୁପ୍ରବେଶ ଉଦ୍ୟମ କରିଛି ଚୀନ । ଏହା ଫଳରେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ବିଗିଡିଯାଇଛି । ଆମେ ଏକ ଇଞ୍ଚି ଜମି ବି କାହାକୁ ଦେବୁନି । ଅପ୍ରେଲ ୨୦୨୦ ପୂର୍ବ ସ୍ଥିତିକୁ ଫେରିବା ନେଇ ଆଶା ରହିଛି ।’

Get real time updates directly on you device, subscribe now.