fbpx

ଦିଲ୍ଲୀର ଯେଉଁ ଥାନାରେ ରାକେଶ ଟିକାୟତ ଥିଲେ କନଷ୍ଟେବଲ, ସେଠାରେ ପହଞ୍ଚିବା ପରେ ଚାରିଆଡେ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ : ଦିଲ୍ଲୀ ବର୍ଡରରେ ପ୍ରାୟ ୧୧ ମାସ ହେବ ପ୍ରଦର୍ଶନ କରୁଥିବା କୃଷକ ନେତା ରାକେଶ ଟିକାୟତ ଶୁକ୍ରବାର ଅଚାନକ ଦିଲ୍ଲୀର ଆରକେ ପୁରମ ଥାନା ପହଞ୍ଚିଥିଲେ । ଟିକାୟତ ହଠାତ ଥାନାରେ ପହଞ୍ଚିବା ନେଇ ସ୍ଥାନୀୟ ପରିସର ସରଗରମ ହୋଇ ଉଠିଥିଲା । ସାଉଥ ଦିଲ୍ଲୀର ଏହି ଥାନାରେ ପହଞ୍ଚିବା ନେଇ ସେଠାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଏବଂ କର୍ମଚାରୀ କୌତୁହଳ ଥିଲେ ଯେ, କୃଷକ ନେତା ଅଚାନକ ତାଙ୍କ ଥାନାକୁ କାହିଁକି ଆସିଲେ ।

ତୁରନ୍ତ ଅଞ୍ଚଳର ଡିସିପିଙ୍କୁ ଏହାର ସୂଚନା ଦେଇ ଦିଆଗଲା କି କୃଷକ ନେତା ରାକେଶ ଟିକାୟତ ଥାନାକୁ ଅଚାନକ ଆସିଛନ୍ତି । କୃଷକ ଆନ୍ଦୋଳନ ସମୟରେ ଦିଲ୍ଲୀରେ ରାକେଶ ଟିକାୟତ କୌଣସି ଥାନାରେ ପହଞ୍ଚିବା ଘଟଣା ହଇଚଇ ସୃଷ୍ଟି କରିବା ସ୍ୱାଭାବିକ ଥିଲା । ମାମଲା ସରଗରମ ହୋଇଥିଲା କି, ରାକେଶ ଟିକାୟତ ସେଠାରେ ଥିବା ପୋଲିସ ଅଧିକାରୀଙ୍କୁ ନିଜର ୨୫ ବର୍ଷ ପୁରୁଣା କାହାଣୀ କହିବା ଆରମ୍ଭ କରିଥିଲେ । ଟିକାୟତ କହିଛନ୍ତି ଯେ, ୨୫ ବର୍ଷ ପୂର୍ବେ ସେ ଏହି ଥାନାରେ କନଷ୍ଟେବଲ ଭାବେ କାମ କରୁଥିଲେ ।

ରାକେଶ ଟିକାୟତଙ୍କ ନିଯୁକ୍ତି ଦିଲ୍ଲୀ ପୋଲିସର ବୋମା ସ୍କ୍ୱାଡରେ ୧୯୯୧ରେ ହୋଇଥିଲା । ତାଙ୍କର ପୋଷ୍ଟିଂ ଆରକେ ପୁରମ ଥାନାରେ କରାଯାଇଥିଲା । ସେ ସେଠାରେ ପାଞ୍ଚ ବର୍ଷ ଯାଏ ଅର୍ଥାତ ୧୯୯୧ ରୁ ୯୬ ପର୍ଯ୍ୟନ୍ତ କନଷ୍ଟେବଲ ହିସାବରେ କାମ କରିଥିଲେ । ରାକେଶ ଟିକାୟତ କହିଛନ୍ତି, ସେ କୃଷକ ନେତା ହୋଇଥିଲେ ମଧ୍ୟ ଆଜି ତାଙ୍କୁ ଏହି ବିଲ୍ଡିଂ ବେଶ ଭଲ ଭାବେ ମନେ ଅଛି । ବୋମା ସ୍କ୍ୱାର୍ଡରେ ଜଣେ ସିପାହୀ ଭାବେ କାମ କରିଥିବା ଟିକାୟତ କହିଛନ୍ତି, ସେହି ସମୟରେ କେଉଁଠି ବୋମା ସୂଚନା ମିଳିଲେ ତାଙ୍କୁ ଯିବାକୁ ପଡୁଥିଲା । ରାକେଶ ଟିକାୟତଙ୍କଠୁ ଏହି ସବୁ ଶୁଣିବା ପରେ ଥାନାରେ ତାଙ୍କୁ ଭଲ ସକ୍ରାର କରାଯାଇଥିଲା ।

Get real time updates directly on you device, subscribe now.