fbpx

ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ସାୱନ୍ତଙ୍କ ତେରେଛା ବାଣ: ମୋଦିଙ୍କ ସହ ତୁଳନା କଲେ ନିଜ କ୍ୟାରିୟର…

ନୂଆଦିଲ୍ଲୀ: ବଲିଉଡ ଏଣ୍ଡ୍ରଷ୍ଟିରେ କେତେବେଳେ କଣ ଯେ ହେଉଛି ତାହା କେହି କହିପାରିବେ ନାହିଁ । ବର୍ତ୍ତମାନ ଅଭିନେତ୍ରୀ ହେମାମାଲିନି ଦେଇଥିବା ଏକ ବୟାନକୁ ନେଇ ଏକ ନୂଆ ବିବାଦ ଦେଖା ଦେଇଛି । ତେବେ ଅଭିନେତ୍ରୀ ହେମା ମାଲିନି କେବଳ ଯେ ଅଭିନେତ୍ରୀ ତାହା ନୁହେଁ ସେ ରାଜନୀତିରେ ମଧ୍ୟ ଖୁବ ସକ୍ରୀୟ ଅଛନ୍ତି । ସେ ଦୀର୍ଘ ଦିନ ଧରି ମଥୁରାର ସଂସାଦ ମଧ୍ୟ ଅଛନ୍ତି । ତେବେ ନିକଟରେ ହେମା ମାଲିନି ମଥୁରା ଗସ୍ତ କରିଥିଲେ । ସେହି ସମୟରେ କିଛି ମିଡିଆ ତାଙ୍କୁ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ବିଷୟରେ ପ୍ରଶ୍ନ ପଚାରିଥିଲେ । ସେମାନେ ପଚାରିଥିଲେ କଙ୍ଗନା ରନାୱତ କଣ ମଥୁରା ନିର୍ବାଚନ ଲଢିବେ କି ? ଏହା ପରେ ସେ ଯେଉଁ ଉତ୍ତର ଦେଇଥିଲେ ତାହାଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେମାଙ୍କ ଏପରି ବୟାନ ପରେ ରାକ୍ଷୀସାୱନ୍ତ ମଧ୍ୟ ମୁହଁ ଖୋଲିଥିବା ଜଣା ପଡିଛି ।

ହେମା ମାଲିନି ତାଙ୍କ ବୟାନରେ କହିଥିଲେ ଯେ ମଥୁରାରେ ଯଦି କିଏ ସାସଂଦ ହେବେ ତେବେ ଆପଣ ତାଙ୍କୁ ହେବାକୁ ଦେବା ନାହିଁ । କାରଣ ଆପଣ ନିଜ ମନରେ କେବଳ ଫିଲ୍ମି ଷ୍ଟାର ମାନଙ୍କୁ ହିଁ ରଖିଥନ୍ତି । ଯେକି ମଥୁରାର ସାସଂଦ ହେବେ । ଏଥିସହିତ ସେ ଆହୁରୀ ମଧ୍ୟ କହିଥିଲେ ଯେ କାଲିକୁ ଯଦି ରାକ୍ଷୀ ସାୱନ୍ତ ଏହି ମଥୁରାରେ ନିର୍ବାଚନ ଲଢିବେ ସେ ମଧ୍ୟ ଏଠାରେ ସାଂସଦ ହୋଇଯିବେ । ତେବେ ହେମାଙ୍କ ଏହି ବୟାନ ପରେ ରାକ୍ଷୀ ମଧ୍ୟ ନିଜର ଉତ୍ତର ରଖିଛନ୍ତି ଏବଂ ହେମାଙ୍କୁ ଧନ୍ୟବାଦ ଜଣାଇଛନ

ରାକ୍ଷୀ ସାୱନ୍ତ କହିଲେ ଏପରି କଥା:

ଅଭିନେତ୍ରୀ ରାକ୍ଷୀ ସାୱନ୍ତ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମତେ ଏହି ଦାଇତ୍ୱ ଦେଇଥିବାରୁ ଏବଂ ନିର୍ବାଚନରେ ଏଥର ମତେ ଛିଡା କରାଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଯହାର ଘୋଷଣା ସେ ହେମାମାଲିନିଙ୍କ ଦ୍ୱାରା କରାଇଛନ୍ତି । ଏଥି ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ କେବଳ ଦେଶ ସେବା ପାଇଁ ହିଁ ଜନ୍ମ ହୋଇଛି ଏବଂ ଦେଶ ସେବା କରିବାକୁ ଚାହୁଁଛି । ଏତତ୍ ବ୍ୟତୀତ ରାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମ ଦେଶର ପ୍ରଧାନମନ୍ତ୍ରୀ ଚାହା ବିକୁ ବିକୁ ପ୍ରଧାନମନ୍ତ୍ରୀ ହୋଇପାରିଲେ ତେବେ ମୁଁ ଅଭିନୟ କରୁ କରୁ ମୁଖ୍ୟମନ୍ତ୍ରୀ କାହିଁକି ହୋଇପାରିବି ନାହିଁ । ତେବେ ମୁଁ ଆଗାମୀ ୨୦୨୪ରେ ହେବାକୁ ଥିବା ନିର୍ବାଚନ ଲଢିବି କିନ୍ତୁ ଏହି ନିର୍ବାଚନ କାହା ବିପକ୍ଷରେ ଲଢିବି ତାହା ସମୟ କହିବ ।

Get real time updates directly on you device, subscribe now.