fbpx

‘ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ’: ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସରେ ପୁସ୍ତକ ଉନ୍ମୋଚିତ

Advertisement

ଭୁବନେଶ୍ୱର: ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସରେ ରିତେଶ ପୃଷେଠଙ୍କ ଦ୍ୱାରା ଅନୁଦିତ ‘ବିଚାରକଙ୍କ ଦୃଷ୍ଟିରେ ଏକାତ୍ମ ମାନବବାଦ’ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ୟୁନିଟ୍ ୯ରେ ଥିବା ଜୟ ଭାରତ ଭବନରେ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ଏହାର ଉନ୍ମୋଚନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହିଟିକୁ ଉନ୍ମୋଚନ କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ସହିତ ସମ୍ମାନୀତ ଅତିଥି ଭାବେ ଲେଖକ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ନାଇଜରର ରେଜିଷ୍ଟ୍ରାରର୍ ଅଭୟ ନାୟକ ଉପସ୍ଥିତ ଥିଲେ ।

ସମାଜସେବୀ ଉମେଶ ଖଣ୍ଡେଲୱାଲ ସ୍ୱାଗତ ଭାଷଣ ଦେଇ ସଭାକୁ ଆରମ୍ଭ କରିଥିବା ବେଳେ ଏହା ପରେ ଶିକ୍ଷକ ତଥା ସମାଜସେବୀ ଲକ୍ଷ୍ମଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ସଂଚାଳନ କରିଥିଲେ। ଏହି ଅବସରରେ ଦିନଦୟାଲଙ୍କ ବିଚାର ଏବଂ ଏକତ୍ମତା ମାନବବାଦ ଉପରେ ଗୁରୁତ୍ୱାରୋପ କରିଥିଲେ ସାଂସଦ । ଆଜିର ସମୟରେ ଦିନଦୟାଲଙ୍କ ବିଚାର ଏବଂ ଚିନ୍ତାଧାରାକୁ ସମସ୍ତଙ୍କର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ମହାତ୍ମା ଗାନ୍ଧୀ ଏବଂ ଦୀନ ଦୟାଲ ଉପାଧ୍ୟାୟଙ୍କ ମଧ୍ୟରେ ଥିବା ବିଚାର ଧାରାର ସାମଞ୍ଜସ୍ୟକୁ ବଖାଣିଥିଲେ।

ଓଡ଼ିଆରେ ପଣ୍ଡିତ ଉପାଧ୍ୟାୟଙ୍କର ସାହିତ୍ୟ ତଥା ବିଚାର ଧାରା ସହିତ ସମ୍ୱନ୍ଧିତ ବହିର ସଂଖ୍ୟା ବହୁତ କମ୍ ଥିବାରୁ ଏହି ବହିଟି ପାଠକମାନଙ୍କ ପାଇଁ ବେଶ୍ ଉପାଦେୟ ହୋଇପାରିବ ବୋଲି ବହିର ଲେଖକ ତଥା ଅନୁବାଦକ ରିତେଶ ପୃଷେଠ ମତବ୍ୟକ୍ତ କରିଛନ୍ତି।

Get real time updates directly on you device, subscribe now.