fbpx

ଘରର ଏହି ଦିଗରେ ରଖନ୍ତୁ ରାମ ଦରବାର ଫଟୋ, ଅଭାବ ଅନଟନ ପାଖ ମାଡିବନି

୨୨ ଜାନୁୟାରୀରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଇତି ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ପୂର୍ଣ୍ଣ ଅବୟବ ବି ଭକ୍ତଙ୍କ ସାମ୍ନାକୁ ଆସିଗଲାଣି । ଏବେ ସାରା ଦେଶ ଯେପରି ରାମମୟ ହୋଇଯାଇଛି । ଏପରି ସ୍ଥିତିରେ ଆପଣ ଚାହିଁଲେ ନିଜ ଘରେ ରାମ ଦରବାର ସ୍ଥାପନ କରିପାରିବେ । ସନାତନ ଧର୍ମରେ ରାମ ଦରବାରର ବହୁତ ମହତ୍ତ୍ୱ ରହିଛି ।

ରାମ ଦରବାରରେ ଶ୍ରୀରାମ ଓ ସୀତା ସିଂହାସନ ଉପରେ ବିରାଜମାନ ରହିଥାନ୍ତି । ସିଂହାସନର ଗୋଟିଏ ପଟେ ଲକ୍ଷ୍ମଣ ଓ ଅନ୍ୟପଟେ ଭରତ ଛିଡା ହୋଇଥାନ୍ତି । ଶ୍ରୀରାମଙ୍କ ଚରଣ ନିକଟରେ ହନୁମାନ ଓ ଶତ୍ରୁଘ୍ନ ବସି ରହିଥାନ୍ତି । ବାସ୍ତୁ ଅନୁସାରେ ଘରେ ରାମ ଦରବାର ସ୍ଥାପନ କରିବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
କିନ୍ତୁ ବାସ୍ତୁ ଶାସ୍ତ୍ରରେ ରାମ ଦରବାର ସ୍ଥାପନ କରିବାର କିଛି ନିୟମ ରହିଛି । କ’ଣ ସେହି ନିୟମ ଆସନ୍ତୁ ଜାଣିବା ।
୧-ଘରର ଉତ୍ତର ପୂର୍ବ ଦିଗରେ ରାମ ଦରବାର ସ୍ଥାପନ କରନ୍ତୁ । ଏହା ବ୍ୟତିତ ଆପଣ ଚାହିଁଲେ ରାମ ଦରବାରକୁ ପୂଜା ଘରେ ସ୍ଥାପନ କରିପାରିବେ ।
୨-ଏହି ଉତ୍ତର ପୂର୍ବ ଦିଗକୁ ଇଶାନ କୋଣ କୁହାଯାଏ । ଇଶାନ କୋଣ ଦେବୀ ଦେବତାଙ୍କ କୋଣ ବି ହୋଇଥାଏ ।
୩-ଘରେ ରାମ ଦରବାର ସ୍ଥାପନ କରିବା ଦ୍ୱାରା ବ୍ୟକ୍ତିଙ୍କର ଭାଗ୍ୟ ମଜଭୁତ ହୋଇଥାଏ ଓ ଜୀବନରେ ଉନ୍ନତି ଓ ସୁଖ ସମୃଦ୍ଧି ଆସିଥାଏ ।
୪-ଏହା ସହିତ ଠିକ୍ ଦିଗରେ ରାମ ଦରବାର ସ୍ଥାପନ କରିବା ଦ୍ୱାରା ବ୍ୟକ୍ତି ଧନବାନ ହୋଇଥାଏ ।

Get real time updates directly on you device, subscribe now.