fbpx

ସ୍ନାନ ପୂର୍ଣ୍ଣିମାରେ ଆସିଲା ଦୁଃଖଦ ଖବର; ରାମ ମନ୍ଦିର ପ୍ରତିଷ୍ଠା କରିଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ସ୍ନାନ ପୂର୍ଣ୍ଣିମାରେ ଆସିଲା ଦୁଃଖଦ ଖବର। ରାମ ମନ୍ଦିର ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରଲୋକ। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ୧୨୧ ଜଣ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା କାଶୀ ପୂଜକ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ସକାଳେ ପରଲୋକ ଘଟିଛି। ଏହି ସୂଚନା ପାଇବା ପରେ ବିଭିନ୍ନ ମହଲରେ ଶୋକର ଲହରୀ ଖେଳିଯାଇଛି ।

ସେ ଡିସେମ୍ବର ୨୦୨୧ରେ କାଶୀ ବିଶ୍ୱନାଥ ଧାମର ପୂଜାରେ ଯୋଗ ଦେଇଥିଲେ । ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରିବାର ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ସକାଳେ ବାବୁଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା, ଯାହାପରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ସେ ସର୍ବଦା ଲୋକଙ୍କୁ ଭଗବାନଙ୍କ ପ୍ରତି ସମର୍ପିତ ହେବାର ଭାବନା ବୁଝାଉଥିଲେ ।

ଭଗବାନଙ୍କ ଆଶୀର୍ବାଦରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗ୍ୱାଲିୟର, ରାଜସ୍ଥାନ ଓ ଦେଶର ପ୍ରମୁଖ ରାଜପରିବାରର ରାଜ୍ୟାଭିଷେକ ବାବୁଜୀ ଓ ପୂର୍ବପୁରୁଷଙ୍କ ଦ୍ୱାରା କରାଯାଇଛି। ଏହାବ୍ୟତୀତ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକରେ ଦୀକ୍ଷିତ ପରିବାରର ପୁରୁଣା ପିଢ଼ିର ଯୋଗଦାନ ରହିଛି ବୋଲି ମଧ୍ୟ କୁହାଯାଏ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରବକ୍ତା ତଥା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ମୁହୂର୍ତ୍ତ ସ୍ଥିର କରିଥିବା ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହା ଅନନ୍ତ ଜଗତର ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ବାବା କାଶୀ ବିଶ୍ୱନାଥଙ୍କ ପାଦରେ ଦିବଂଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଛି ।

 

Get real time updates directly on you device, subscribe now.