fbpx

ଆଜି ଶ୍ରୀରାମଙ୍କ ଜନ୍ମ ପରି ଗଠନ ହେଉଛି ‘ଗଜକେଶରୀ ଯୋଗ’, ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିମାନଙ୍କର ଭାଗ୍ୟ, ମିଳିବ ପ୍ରଭୁଙ୍କର ଅପାର କୃପା

ଓଡ଼ିଶା ଭାସ୍କର: ରାମ ନବମୀ ୧୭ ଏପ୍ରିଲ ୨୦୨୪ରେ ଅର୍ଥାତ୍ ଆଜି ପାଳନ କରାଯିବ । ଆଜି ଚୈତ୍ର ନବରାତ୍ରିର ଶେଷ ରାତି । ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପୂନ୍ୟ ତିଥିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ । ଏଥର ରାମ ନବମୀରେ ଦୁର୍ଲଭ ଏବଂ ଖାସ ସଂଯୋଗ ଗଠିତ ହେଉଛି ।

ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଏପରି ସଂଯୋଗ ଶ୍ରୀରାମଙ୍କ ଜନ୍ମର ସମୟରେ ହୋଇଥିଲା ।ଏହାର ପ୍ରଭାବରେ କିଛି ରାଶିମାନେ ଭଗବାନ ରାମଙ୍କ ବିଶେଷ କୃପା ପାଇବେ । ଜାଣନ୍ତୁ ରାମ ନବମୀ ୨୦୨୪ର ଶୁଭ ସଂଯୋଗ, କେଉଁ କେଉଁ ରାଶିମାନଙ୍କୁ ଲାଭ ଦେବ ।

କର୍କଟ ରାଶି: ରାମ ନବମୀ ଉତ୍ସବରେ କର୍କଟ ରାଶିର ଲୋକମାନଙ୍କ ପାଇଁ ସମୃଦ୍ଧିଦାୟକ ପ୍ରମାଣିତ ହେବ । ଏହି ରାଶିର ଲୋକମାନଙ୍କ ଉପରେ ଶ୍ରୀରାମଙ୍କର ବିଶେଷ କୃପା ରହିବ । ଚାକିରି କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟ-ବାଣିଜ୍ୟ ଉତ୍ତମ ରହିବ । ସମାଜରେ ସମ୍ମାନ ବଢିବ । ଆତ୍ମବିଶ୍ୱସରେ ବୃଦ୍ଧି ଘଟିବ, ଲକ୍ଷ ପୂରଣ କରିବାକୁ ସହାୟତା ମିଳିବ । ଆୟର ନୂଆ ଉତ୍ସ ଖୋଲିବ ।

ମେଷ ରାଶି: ଶ୍ରୀରାମଙ୍କ କୃପାରେ ରାମ ନବମୀରେ ମେଷ ରାଶିର ଲୋକଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ଦରମା ବଢିବାର ଯୋଗ ରହିଛି । ଆର୍ଥିକବସ୍ଥା ପୂର୍ବ ଅପେକ୍ଷା ମଜବୁତ ରହିବ । ପୂର୍ବପୁରୁଷଙ୍କ ସଂପତ୍ତିର ସୁଖ ମଧ୍ୟ ପ୍ରାପ୍ତ ହେବ । ପରିବାରରେ ଖୁସିର ପରିବେଶ ରହିବ ।

ତୁଳା ରାଶି: ରାମ ନବମୀର ପର୍ବ ଆପଣଙ୍କ ଭାଗ୍ୟ ଚମକାଇବାକୁ ଯାଉଛି । ବ୍ୟବସାୟ ବାଣିଜ୍ୟରେ ଲାଭ ମିଳିବ । ନୂଆ କାର୍ଯ୍ୟର ଆରମ୍ଭ କରିବାକୁ ଥିବା ଯୋଜନା ସଫଳ ହେବ । ପୂର୍ବରୁ ଯେଉଁ କାମଗୁଡିକ ପଡି ରହିଥିଲା ତାହା ସଂପୂର୍ଣ୍ଣ ହେବ । ଗାଡ଼ି ଓ ଜମି କିଣିବାର ସୁଯୋଗ ରହିଛି । କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହାୟତା ମିଳିବ ।

Get real time updates directly on you device, subscribe now.