fbpx

ରାମ ମନ୍ଦିର ମଡେଲର; ୫୦ ହଜାର କୋଟି ବ୍ୟବସାୟ, ୫ ହଜାର ମହିଳାଙ୍କୁ ଦେଇଛି ରୋଜଗାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ପ୍ରସ୍ତୁତି। ଜାନୁଆରୀ ୨୨ ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ । ରାମ ମନ୍ଦିର ପାଇଁ ଅନେକ ବ୍ୟବସାୟୀଙ୍କୁ ଏକ ବଡ଼ ସୁଯୋଗ ଦେଇଛି। ଏହି ଐତିହାସିକ ଦିନର ସ୍ମୃତିକୁ ବଜାୟ ରଖିବାକୁ ଲୋକେ ଚାହୁଁଛନ୍ତି । ସେଥିପାଇଁ ରାମ ମନ୍ଦିରର ମଡେଲକୁ କିଣୁଛନ୍ତି ଶ୍ରଦ୍ଧାଳୁ । ଦିଲ୍ଲୀର ଜଣେ ବ୍ୟବସାୟୀ ବିଜୟ ପାଲ ୨୦ ଦିନ ତଳେ ରାମ ମନ୍ଦିର ମଡେଲକୁ ବଜାରରେ ଉନ୍ମୋଚନ କରିଥିଲେ।

ବ୍ୟବସାୟୀଙ୍କ ଦ୍ୱାରା ତିଆରି ମଡେଲକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ବର୍ତ୍ତମାନ ଚାହିଦା ସଂଖ୍ୟା ୧ କୋଟିରେ ପହଞ୍ଚିଛି। ସାହାରନପୁର କାରଖାନାରୁ ରାମ ମନ୍ଦିର ମଡେଲର ଡିଜାଇନ ଦିଲ୍ଲୀରେ ଆସେମ୍ବଲ କରାଯାଉଛି । ବ୍ୟବସାୟୀମାନେ କହିଛନ୍ତି ଯେ ରାମ ମନ୍ଦିର ସହ ଜଡିତ ସ୍ମାରକୀକୁ ଲୋକେ ପସନ୍ଦ କରୁଛନ୍ତି । ରାମ ମନ୍ଦିରର ମଡେଲ ଅନେକ ଲୋକଙ୍କୁ ଆକର୍ଷିତ କରୁଛି । ରାମ ମନ୍ଦିର ମଡେଲର ୧୦ କୋଟି ଲକ୍ଷ୍ୟ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଦିଲ୍ଲୀରୁ ବିଭିନ୍ନ ସହରକୁ ଚାହିଦା ଯୋଗାଇ ଦିଆଯାଉଛି।

ରାମ ମନ୍ଦିରର ଅର୍ଡରକୁ ଟ୍ରକରେ ଭର୍ତ୍ତି କରି ଆଜି ରାୟପୁର ଓ ଓଡ଼ିଶାକୁ ପଠାଯାଇଛି। ବିଶେଷ କରି ଧାର୍ମିକ ସ୍ଥଳରେ ଏହାର ଚାହିଦା ଅଧିକ ରହିଛି। ପ୍ରତି ଘରେ ପହଞ୍ଚିବା ଉଦ୍ଦେଶ୍ୟରେ ରାମ ମନ୍ଦିର ମଡେଲର ମୂଲ୍ୟ କମ୍ ରଖାଯାଇଛି ବୋଲି ସେ କହିଛନ୍ତି। ରାମ ମନ୍ଦିରର ମଡେଲ କୁ ବିଭିନ୍ନ ଆକାରରେ ନିର୍ମାଣ କରାଯାଇଛି । ଲୋକମାନେ ୩୦୦ରୁ ୧୨୦୦ ବିଭିନ୍ନ ମୂଲ୍ୟରେ କିଣିପାରିବେ। ରାମ ମନ୍ଦିର ମଡେଲ ର ବ୍ୟବସାୟ ଯୋଗୁଁ ମହିଳାମାନେ ମଧ୍ୟ ଘରେ ବସି ରୋଜଗାର ପାଇଛନ୍ତି ବୋଲି ସେ କହିଛନ୍ତି । ପାଞ୍ଚ ହଜାର ମହିଳା ରାମ ମନ୍ଦିର ମଡେଲ ପ୍ରସ୍ତୁତକରିବାରେ ନିୟୋଜିତ ଅଛନ୍ତି । ଲୋକଙ୍କ ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ରାମ ମନ୍ଦିର ମଡେଲର ବ୍ୟବସାୟ ପାଖାପାଖି ୫୦ ହଜାର କୋଟି ହୋଇପାରେ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ରାମ ମନ୍ଦିର ମଡେଲ, ପତାକା, ମୂର୍ତ୍ତି ଲୋକଙ୍କ ଆସ୍ଥା ସହ ଜଡିତ ।

 

Get real time updates directly on you device, subscribe now.