fbpx

ରାମ ମନ୍ଦିର ନିର୍ମାଣ କଲେ, ହେଲେ ଅଯୋଧ୍ୟାରେ କାହିଁକି ହାରିଗଲା ବିଜେପି? ଖୁଲାସା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାୟବରେଲୀ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ରାହୁଲ ଗନ୍ଧୀ ମଙ୍ଗଳବାର ଦିନ ରାୟବରେଲୀରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଅଯୋଧ୍ୟାରେ ବିଜେପି କାହିଁକି ହାରିଗଲା ସେହି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ସେମାନେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କଲେ । ଏହାର ଉଦଘାଟନରେ ଗୋଟିଏ ବି ଗରିବ ଲୋକ ଦେଖିବାକୁ ମିଳିନଥିଲା । ଏଥିପାଇଁ ଅଯୋଧ୍ୟାର ଜନତା ଜବାବ ଦେଇଛନ୍ତି ।

ରାୟବରେଲୀରେ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ, ‘ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କଲେ । ଏଥିରେ ଜଣେ ଗରିବକୁ ମଧ୍ୟ ଡକାଯାଇନାହିଁ । ଉଦଘାଟନରେ ଜଣେ କୃଷକ, ଜଣେ ଶ୍ରମିକ, ଜଣେ ପଛୁଆ ବର୍ଗର ଲୋକଙ୍କୁ ଦେଖିବାକୁ ମିଳିନାହିଁ । ଆମ ରାଷ୍ଟ୍ରପତିଙ୍କୁ କୁହାଯାଇଥିଲା, ଆପଣ ଏଥିରେ ଆସିପାରିବେ ନାହିଁ । ଆପଣ ଦେଖିଥିବେ ରାମ ମନ୍ଦିର ଉଦଘାଟନରେ ଅଦାନୀ, ଅମ୍ବାନୀ ଯାଇଥିଲେ । ଶିଳ୍ପପତି ଛିଡା ହୋଇଥିଲେ, ପୁରା ବଲିଉଡ ଛିଡା ହୋଇଥିଲା । କ୍ରିକେଟ ଟିମ ଠିଆ ହୋଇଥିଲା, ହେଲେ ଗୋଟିଏ ବି ଗରିବ ନଥିଲା, ସେଥିପାଇଁ ଅଯୋଧ୍ୟାର ଜନତା ଠିକ ଉତ୍ତର ଦେଇଛନ୍ତି ।’

Get real time updates directly on you device, subscribe now.