ବିଜେପିକୁ ବଡ଼ ଝଟକା: ଦଳ ଛାଡିଲେ ରମାରଞ୍ଜନ ବଳୀୟାରସିଂହ

ଭୁବନେଶ୍ୱର: ନିର୍ବାଚନୀ ମାହଲ ଭିତରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଦଳ ଛାଡିଛନ୍ତି ରମାରଞ୍ଜନ ବଳୀୟାରସିଂହ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ନିଜର ଇସ୍ତଫାପତ୍ରକୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି ।

ଇସ୍ତଫା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ନିଷ୍ଠାପର ଭାବରେ ବର୍ଷବର୍ଷ ଧରି ଦଳ ପାଇଁ କାମ କରିଛି । କ୍ରମାଜତ ଭାବେ ସତ୍ୟବାଦୀର ଜନତା ଓ ମୋତେ ପ୍ରତାରିତ କରାଯାଇଛି ।’


ତେବେ ଟିକେଟ ନ ମିଳିବା ଯୋଗୁ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ବିଜେପି ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଲୋକଙ୍କୁ ଅଣଦେଖା କରିଛି। ଏହା ମୋର ବ୍ୟକ୍ତିଗତ ଅଭିଯାଗ ନୁହେଁ ସମସ୍ତ ଜନସାଧାରଣଙ୍କ ଅସନ୍ତୋଷ। କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ମୋ ଅଭିଯୋଗକୁ ଅଣଦେଖା କରିଥିବା ରମାରଞ୍ଜନ କହିଛନ୍ତି।