fbpx

ଅଯୋଧ୍ୟା ହାରିଲା ରାମ ଜିତିଗଲେ, ବିଜୟ ପରେ ଏପରି କହିଲେ ଅରୁଣ ଗୋଭିଲ୍‌

ନୂଆଦିଲ୍ଲୀ:ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକା ନିଭାଇ ଅରୁଣ ଗୋଭିଲ ଘରେ ଘରେ ପରିଚୟ ଲାଭ କରିଛନ୍ତି । ଅଭିନୟରେ ଦକ୍ଷତା ଦେଖାଇବା ପରେ ସେ ରାଜନୀତିରେ ପାଦ ଥାପିଛନ୍ତି । ଅରୁଣ ଗୋଭିଲ ବିଜେପି ଟିକେଟରେ ଉତ୍ତରପ୍ରଦେଶ ମେରୁଟରୁ ପ୍ରଥମ ଥର ନିର୍ବାଚନ ଲଢିଥିଲେ ଓ ସେ ଦମଦାର ବିଜୟ ବି ହାସଲ କରିଛନ୍ତି ।

ଟେଲିଭିଜନ ପରଦାର ରାମ ଜିତିଥିବା ବେଳେ ଅଯୋଧ୍ୟାରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି । ଯେଉଁ ବର୍ଷ ରାମ ମନ୍ଦିର ନିର୍ମାଣ ହେଲା ସେହି ବର୍ଷ ଅଯୋଧ୍ୟବାସୀ ବିଜେପିକୁ ନିରାଶ କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି ।
ତେବେ ବିଜୟ ପରେ ଅରୁଣ ଗୋଭିଲ ନିଜ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ମେରୁଟ-ହାପୁଡ ଲୋକସଭା କ୍ଷେତ୍ରର ସମସ୍ତ ମତଦାତା, କାର୍ଯ୍ୟକର୍ତ୍ତା ଓ ଶୀର୍ଷ ନେତୃତ୍ୱଙ୍କୁ ସେ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଆପଣମାନେ ମୋ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖିଛନ୍ତି ମୁଁ ତାହା ପୂରଣ କରିବାକୁ ନିଶ୍ଚୟ ଚେଷ୍ଟା କରିବି ।

ଅରୁଣ ଗୋଭିଲ ୧୯୭୭ରେ ଫିଲ୍ମ ‘ପହେଲୀ’ରୁ ଫିଲ୍ମରେ ଏଣ୍ଟ୍ରୀ କରିଥିଲେ । ଅଭିନେତା ଭାବରେ ତାଙ୍କୁ ଫିଲ୍ମ ‘ସାଞ୍ଚ କୋ ଆଞ୍ଚ ନେହିଁ’ ରୁ ହିଁ ମିଳିଥିଲା । ବଲିଉଡ୍‌ରେ ନାମ କମାଇବା ପରେ ଅରୁଣ ଗୋଭିଲ ଟେଲି ଦୁନିଆରେ ପାଦ ରଖିଥିଲେ । ସେ ୧୯୮୫ରେ ବିକ୍ରମ ଓ ବେତାଳରୁ ଟିଭିରେ ଡେବ୍ୟୁ କରିଥିଲେ । ଏହାପରେ ୧୯୮୬ରେ ସେ ରାମାୟଣ ଶୋ’ରେ ରାମ ଚରିତ୍ରରେ ନଜର ଆସିଥିଲେ । ରାମ ଭୂମିକାରୁ ସେ ଲୋକଙ୍କ ହୃଦୟରେ ଘର କରି ନେଇଥିଲେ । ଆଜି ବି ଲୋକମାନେ ତାଙ୍କୁ ଟିଭି ରାମ ବୋଲି କହୁଛନ୍ତି ।

Get real time updates directly on you device, subscribe now.