fbpx

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ଭର୍ତ୍ତିହେଲେ ଏମ୍ସରେ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୧୧ଟା ୩୦ ମିନିଟ୍ସମୟରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ଏପ୍ରିଲ ମାସ ୨୧ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେତେବେଳେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଆଜି ଶିକ୍ଷାମନ୍ତ୍ରୀ ସିବିଏସଇ ଦ୍ୱାଦଶ ବୋର୍ଡ, ଆଇସିଏସଇ ବୋର୍ଡ ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତି କରିବାର ସ୍ଥିର ହୋଇଥିଲା । ଦ୍ୱାଦଶ ପରୀକ୍ଷା ପରୀକ୍ଷା ସ୍ଥଗିତ ହେବା ପରେ ଗତ ଏପ୍ରିଲ ୧୪ରେ ସିବିଏସଇ ପକ୍ଷରୁ କୁହାଯାଇଥିଲା ଯେ, ଜୁନ ୧ରେ ପରିସ୍ଥିତି ନେଇ ସମୀକ୍ଷା କରାଯିବ । ପରୀକ୍ଷା ଆରମ୍ଭର ୧୫ ଦିନ ପୂର୍ବରୁ ସୂଚନା ଦିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.