fbpx
BSKY
BJD YOUTH SKY
BJD MS SKY

ମିଳିଲା କୋଭିଡରେ ସଂକ୍ରମିତ ହୋଇଥିବା ପ୍ରଥମ ରୋଗୀ, ଚୀନ ଉପରେ ବଢ଼ିଲା ଅନ୍ତଜାର୍ତୀୟ ଚାପ

ନୂଆଦିଲ୍ଲୀ: ଚୀନରୁ କୋଭିଡ୍-୧୯ ଭୁତାଣୁର ଉତ୍ପତ୍ତି ହୋଇଛି କି ନାହିଁ ଜାଣିବା ପାଇଁ ବିଭିନ୍ନ ଅନ୍ତଜାର୍ତୀୟ ରାଷ୍ଟ୍ର ଅଣ୍ଟା ଭିଡିଥିବା ବେଳେ ଏକ ବଡ ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି । ଯାହା ସ୍ପଷ୍ଟ ରୂପେ ଦର୍ଶାଉଛି ଯେ, ଚୀନରୁ ଲ୍ୟାବ୍ ରୁ ହିଁ ଭୁତାଣୁର ସୃଷ୍ଟି ହୋଇଛି । ତେବେ କୋଭିଡ୍ ମହାମାରୀରେ ସଂକ୍ରମିତ ହୋଇଥିବା ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଚୀନର ହୋଇଥିବା ବେଳେ ତାଙ୍କ ନାଁ ହେଉଛି ‘ପେସେଣ୍ଟ ଜିରୋ’ ଭାବେ ଚର୍ଚ୍ଚାର ପରିସରକୁ ଆସିଛି ।

‘ପେସେଣ୍ଟ ଜିରୋ’ଙ୍କୁ ଏବେ ପ୍ରଥମ କୋଭିଡ୍ ରୋଗୀ ଭାବରେ ଧରାଯାଉଛି । ବର୍ତ୍ତମାନ ତାଙ୍କୁ ନେଇ ଛାନଭିନ୍ ଆରମ୍ଭ ହୋଇଯାଇଛି । ସୁତ୍ରରୁ ପ୍ରକାଶ ଯେ, ସେ ୬୧ ବର୍ଷିୟ ମହିଳା ହୋଇଥିବା ବେଳେ କୋଭିଡ୍ ଜନିତ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା । ତାଙ୍କ ସ୍ଥିତି ରହସ୍ୟମୟ ରହିଥିଲା । ତେବେ ଏହି ମହିଳା ଠିକ୍ ହେବାର ଏକ ମାସ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲା ଚୀନ । ବର୍ତ୍ତମାନ ସୁଦ୍ଧା ମିଳିଥିଲା ସବୁ ପ୍ରମାଣ ଏହା ଦର୍ଶାଉଛି ଯେ, ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟାରୋଲୋଜି ରେ ହିଁ କରୋନା ଭାଇରସ୍ କୁ ବିକଶିତ କରଯାଇଛି । ଏହାପରେ ପୂରା ବିଶ୍ୱରୁ ଚୀନ ଉପରେ ଚାପ ପକାଯାଉଛି ।

ସେହିପରି ଦ ସନ୍ ର ରିପୋର୍ଟ ଅନୁସାରେ, ବ୍ରିଟିଶ୍ ଗୁପ୍ତଚର ମାନେ ଦାବି କରିଛନ୍ତି ଯେ, ଚୀନ ପକ୍ଷରୁ ହିଁ ଏହି ଭାଇରସ୍ କୁ ବିକଶିତ କରାଯାଇଛି । ଅନ୍ୟପଟେ ଆମେରିକା ମଧ୍ୟ ଏହାର ପୁଙ୍ଖନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ସାରିଛି । ଏହା ମଧ୍ୟରେ କୁହାଯାଉଛି ଯେ, କୋଭିଡ୍ ଭୁତାଣୁର ପୂର୍ବରୁ କୌଣସି ପ୍ରାକୃତିକ ବିସ୍ତାର ନଥିଲା । ଏହାକୁ ଅପ୍ରାକୃତିକ ଭାବରେ ସୃଷ୍ଟି କରାଯାଇଛି । ବର୍ତ୍ତମାନ ପ୍ରଥମ ରୋଗୀ ‘ପେସେଣ୍ଟ ଜିରୋ’ ଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Get real time updates directly on you device, subscribe now.