fbpx

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ଗାଡ଼ି ଭିତରେ ବସି ମଦ ପିଉଥିବା ବେଳେ ଧରାପଡ଼ିଲେ ୩ ଯୁବକ: ଭିଡିଓ ହେଲା ଭାଇରାଲ୍

ଭୋପାଳ: ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଭୁରାମ ଚୌଧୁରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କର ୩ ଜଣ କର୍ମଚାରୀ ସରକାରୀ ଗାଡ଼ି ଭିତରେ ବସି ମଦ୍ୟପାନ କରୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିବା ଜଣାପଡ଼ିଛି ।

ରାୟସେନର ସତଲାପୁର ଥାନା ଅଞ୍ଚଳରେ ଏକ ସରକାରୀ ଗାଡ଼ିରେ ସାଇରନ୍ ବାଜିଥିଲା । ଏହି ସମୟରେ ଲୋକମାନେ ଦେଖନ୍ତି ଯେ, ମନ୍ତ୍ରୀଙ୍କର ୩ ଜଣ କର୍ମଚାରୀ ଗାଡ଼ି ଭିତରେ ବସି ମଦ ପିଉଥିଲେ । ଏହି ଘଟଣାର ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ସହ ଗାଡ଼ିରେ ଥିବା ୩ ଜଣ ଯୁବକଙ୍କ ବଚସା ହୋଇଥିଲା । ଏହାପରେ ଡ୍ରାଇଭର ସେଠାରେୁ ଗାଡ଼ି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ବିଷୟରେ ସେ ସମ୍ପୂର୍ଣ୍ଣ ଅବଗତ ନଥିବା ମନ୍ତ୍ରୀ କହିଛନ୍ତି । ଯଦି ଏଭଳି କିଛି ଘଟଣା ଘଟିଥାଏ, ତେବେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.