fbpx
BJD SKY
BJD SKY

ରାମଲଲା କେଉଁ ପୋଷାକ ପିନ୍ଧି ଗର୍ଭଗୃହରେ ବିରାଜମାନ କରିବେ ?

BJD

ଲକ୍ଷ୍ନୌ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମସ୍ତେ ଉତ୍ସାହିତ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ରାମ ଭକ୍ତିର ଉଦାହରଣ ଦେଖିବାକୁ ମିଳିଛି । ପୂର୍ବରୁ ରାମଲଲାଙ୍କ ପ୍ରତିମାକୁ ନେଇ ସୂଚନା ଆସିଥିବା ବେଳେ ବର୍ତ୍ତମାନ ସେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ କେଉଁ ପୋଷାକ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ।

ସୂଚନାରୁ ପ୍ରକାଶ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ରବିବାର ପ୍ରଭୁଙ୍କ ନିମନ୍ତେ ନୂତନ ପୋଷାକ ଓ ଧ୍ୱଜ ଭେଟି ଦିଆଯାଇଛି । ରିପୋର୍ଟରୁ ପ୍ରକାଶ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହେବା ପରେ ମୁଖ୍ୟ ଗର୍ଭଗୃହରେ ରାମଲଲା ଏହି ପୋଷାକରେ ବିରାଜମାନ କରିବେ । ରାମ ଦଳ ଅଯୋଧ୍ୟାର ଅଧ୍ୟକ୍ଷ କଳ୍କୀ ରାମ ଦାସ ମହାରାଜ ପୋଷାକ ଏବଂ ଧ୍ୱଜ ରାମଲଲାଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ତେବେ ୨୩ ଡିସେମ୍ବର, ୧୯୪୯ରୁ ଏହି ସ୍ଥାନରେ ଧ୍ୱଜର ପୂଜାର୍ଚ୍ଚନା କରାଯାଉଛି । ଏହା ପୂର୍ବରୁ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବାଙ୍କେ ବିହାରୀ ମନ୍ଦିରର ଭକ୍ତମାନଙ୍କ ଦ୍ୱାରା ଏକ ଚାନ୍ଦିର ଶଙ୍ଖ, ଏକ ବଇଁଶୀ ଓ ଅନେକ ଆଭୂଷଣ ଭଗବାନ ରାମଲଲାଙ୍କ ମୁଖ୍ୟ
ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ଦିଆଯାଇଥିଲା ।

କହିରଖୁଛୁ ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା ହେବାକୁ ଥିବା ରାମଲଲାଙ୍କ ପ୍ରତିମା ୫୧ ଇଞ୍ଚ ଲମ୍ବ ହୋଇଥିବା ବେଳେ ଏହାର ଓଜନ ୧.୫ ଟନ୍ ଅଟେ । ଜାନୁଆରୀ ୧୬ରୁ ମୂର୍ତ୍ତୀ ପୂଜା ଆରମ୍ଭ ହେବ ଏବଂ ଜାନୁଆରୀ ୧୮ରେ ଗର୍ଭଗୃହରେ ସ୍ଥାପନା କରାଯିବ । ରାମଲଲାଙ୍କ ମୂର୍ତ୍ତି ନିକ୍ଷୁଣ କାରୀଗରୀରେ ଡ଼ିଜାଇନ୍ କରାଯାଇଛି । ଏହି ମୂର୍ତ୍ତୀ ନିର୍ମାଣରେ ଲୁହାର ବ୍ୟବହାର ହୋଇନାହିଁ ।

Get real time updates directly on you device, subscribe now.