fbpx

ପାକିସ୍ତାନରେ ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କା, ଚିକେନ କେଜି ୬୧୫ ଟଙ୍କା: ଜାଣନ୍ତୁ ପିଆଜ ଦର କେତେ ରହିଛି

ଇସଲାମବାଦ: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଦରଦାମ ଆଉ ଜମାରୁ ବି ନିୟନ୍ତ୍ରଣରେ ନାହିଁ। ଦେଶରେ ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ସହ ପନିପରିବା ଓ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି। ତେବେ ଏଭଳି ଘଡି ସନ୍ଧି ମୁହୂର୍ତ୍ତ ଭିତରେ ପାକିସ୍ତାନର ଆଉ ଏକ ଶୋଚନୀୟ ଅବସ୍ଥା ସାମ୍ନାକୁ ଆସିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋର୍‌ରେ ଏକ ଡଜନ୍‌ ବା ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି। ଏନେଇ ବଜାରସୂତ୍ରରୁ ତଥ୍ୟ ସଂଗ୍ରହ କରି ରବିବାର ଦିନ ‘ଏଆର୍‌ୱାଇ’ ନିଉଜ୍‌ ରିପୋର୍ଟ କରିଛି।

ରିପୋର୍ଟ ମୁତାବକ, ଲାହୋର୍‌ରେ ୧୨ଟି ଅଣ୍ଡାର ଦର ୪୦୦ ଟଙ୍କା ଥିବା ବେଳେ କୁକୁଡ଼ା ମାଂସ କିଲୋପିଛା ୬୧୫ ଟଙ୍କାରେ ବିକ୍ରୟ ହେଉଛି। ସେହିପରି ସେଠାରେ କିଲୋଗ୍ରାମ୍‌ ପ୍ରତି ସରକାର ୧୭୫ ଟଙ୍କା ଧାର୍ୟ୍ୟ କରିଥିଲେ ବି ପିଆଜ ୨୩୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। ତେବେ ଆଞ୍ଚଳିକ ସରକାରଙ୍କ ସହିତ ସମନ୍ଵୟ ରକ୍ଷା କରି ଜିନିଷପତ୍ରର ଉଚିତ ମୂଲ୍ୟ ଧାର୍ୟ୍ୟ କରିବା ନିମନ୍ତେ ଗତମାସରେ ‘ଇକୋନୋମିକ୍‌ କୋଅର୍ଡିନେସନ୍‌ କମିଟି’ ‘ନ୍ୟାସ୍‌ନାଲ୍‌ ମନିଟରିଙ୍ଗ୍‌ କମିଟି’କୁ ନିର୍ଦେଶ ଦେଇଥି‌ଲା। ଯାହା ନଭେମ୍ବର ଶେଷସୁଦ୍ଧା ପାକିସ୍ତାନ ଉପରେ (୨୦୨୩-୨୪ ଆର୍ଥିକ ବର୍ଷରେ) ପାକିସ୍ତାନ ଉପରେ ୬୩,୩୯୯ ଟ୍ରିଲିୟନ୍‌ ଟଙ୍କାର ଋଣ ବୋଝ ରହିଥିବା କଥା ‘ଏଆର୍‌ୱାଇ ନିଉଜ୍‌’ ରିପୋର୍ଟ କରିଛି। ଫଳରେ ଅଧିକାଂଶ ସାମଗ୍ରୀର ଦାମ ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ସେସବୁ ସାମଗ୍ରୀ ନିମନ୍ତେ ସରକାର ଧାର୍ୟ୍ୟ କରିଥିବା ମୂଲ୍ୟ ଆଞ୍ଚଳିକ ପ୍ରଶାସନ ପ୍ରଣୟନ କରିବାରେ ବିଫଳ ହୋଇଛି।

Get real time updates directly on you device, subscribe now.