fbpx

ନଭେମ୍ବରରେ ନିର୍ବନ୍ଧ କରିବେ ରଣବୀର-ଆଲିୟା! ଜାଣନ୍ତୁ ତାରିଖ ଓ ସ୍ଥାନ

ମୁମ୍ବାଇ: ବିବାହ ଋତୁ ଆସି ପହଞ୍ଚିଯାଇଛି । ତେଣୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । କିଛି ସେଲେବ୍ ଙ୍କ ବିବାହର ଖବର ଏବେ ସାମନାକୁ ଆସୁଛି । ସେମାନଙ୍କ ମଧ୍ୟରୁ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି ରଣବୀର କପୁର ଓ ଆଲିୟା ଭଟ୍ଟ । ଆଲିୟା-ରଣବୀରଙ୍କ ବ୍ୟତୀତ ଶନିବାର ଦିନ ରାଜକୁମାର ରାଓ ଓ ପତ୍ରଲେଖା, ଦୁହେଁ ଦୁହିଁଙ୍କୁ ବିବାହ ମୁଦି ପିନ୍ଧାଇ ନିର୍ବନ୍ଧ କରିସାରିଛନ୍ତି । ସେମାନେ ନଭେମ୍ବର ୧୪ ତାରିଖରେ ବିବାହ କରିବେ । ଅନ୍ୟପଟେ କଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚା ସାଉଁଟୁଛି ।

ତେବେ ରଣବୀର ଓ ଆଲିୟାଙ୍କ କଥା ଯଦି କହିବା ତେବେ ଚଳିତ ମାସରେ ହିଁ ସେମାନେ ଦୁହେଁ ନିର୍ବନ୍ଧ କରିବାର ଯୋଜନା କରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଆଲିୟା ଓ ରଣବୀର ନଭେମ୍ବର ୨୯ ତାରିଖରେ ପରିବାର ଓ କିଛି ବନ୍ଧୁମାନଙ୍କ ଉପସ୍ଥିତିରେ ନିର୍ବନ୍ଧ କରିବେ । ହେଲେ ଏନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।

ରଣବୀର-ଆଲିୟା ରାଜସ୍ଥାନରେ ନିର୍ବନ୍ଧ କରିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ କଟ୍ରିନା ଓ ଭିକି ମଧ୍ୟ ରାଜସ୍ଥାନରେ ହିଁ ବିବାହ କରିବାକୁ ଯାଉଥିବା ଖବର ରହିଛି । ଗୋଟିଏ ଇଣ୍ଟରଭିୟୁରେ ରଣବୀରଙ୍କୁ ବିବାହ କରିବାକୁ ନେଇ ପ୍ରଶନ୍ କରାଯାଇଥିଲା । ସେ କିଛି ବି ପ୍ରତିକ୍ରିୟା ଦେଇନଥିଲେ । ତେବେ ବିବାହ ସ୍ପଟ୍ କଥା ଯଦି କହିବା ତେବେ ରାଜସ୍ଥାନ ବଲିଉଡ୍ କପଲ୍ ମାନଙ୍କ ପାଇଁ ପ୍ରଥମ ପସନ୍ଦ ହୋଇଛି ।

Get real time updates directly on you device, subscribe now.