ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ମାମଲା, ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ
ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା କହିଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
ବିଜୁ ବାବୁଙ୍କୁ ଅପମାନିତ- ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଏଭଳି ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କ ଅପମାନିତ । ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ହୀନ ମାନ୍ୟତାର ପରିଚୟ । ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବା ଅସ୍ମିତାକୁ ଅପମାନ କରିବା ସଦୃଶ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ସେ କହିଛନ୍ତି, ବିଜୁ ପଟ୍ଟନାୟକ ମହିଳାଙ୍କୁ ସଶକ୍ତି କରିଥିଲେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶସକୁ କରିଥିଲେ । ବିଗତ ୩୦ ବର୍ଷ ହେବ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଛି । ଏହାକୁ ପାଳନ ପଛରେ କିଛି ଆସିମ୍ବିଧାନିକ ନୁହେଁ କିମ୍ବା କୌଣସି ରାଜନୀତିକ ଉଦ୍ଦେଶ୍ୟ ନଥିଲା। କିନ୍ତୁ ଦେଶରେ ୨୦୧୦ ରୁ ପଞ୍ଚାୟତିରାଜ ପାଳନ ହେଉଛି ।
ବିଜୁବାବୁଙ୍କ ଅସ୍ତିତ୍ବକୁ ଲୁଚାଇବାକୁ ପ୍ରୟାସ- ନୂଆ ସରକାର ଆସିବା ପରେ ବି ନୂଆ କ୍ୟାଲେଣ୍ଡର ପଞ୍ଚାୟତିରାଜ ମାର୍ଚ୍ଚ ୫ ରେ ରହିଛି । ରାଜସ୍ବ ବିଭାଗ ୱେବ ସାଇଟରେ ବି ୫ ତାରିଖରେ ଅଛି, ଛୁଟି ଦିନ ଦର୍ଶାଯାଇଛି । କିନ୍ତୁ ବିଜୁ ବାବୁଙ୍କ ଅସ୍ଥିତ୍ୱକୁ ଲୁଚାଇବାକୁ କିଛି ଲୋକ ପ୍ରୟାସ କରୁଛନ୍ତି ।
କଂଗ୍ରେସ ସରକାର ବି ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଛି । ମିଳିତ ସରକାରରେ ବି ପାଳନ କରାଯାଉଥିଲା। କିନ୍ତୁ ନୂଆ ସରକାରଙ୍କ ଏହି ନିଷ୍ପତି ହିନ ମାନ୍ୟତାର ପରିଚୟ। ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ବିଜେପି ଦଳୀୟ ଭିତ୍ତିରେ ଯାହା କରିବା କରନ୍ତୁ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ଅପମାନିତ କରିବା ହିନ ମାନ୍ୟତର ପରିଚୟ।