fbpx

(Video) ରେଞ୍ଜ ରୋଭର ଭିତରେ ଚାଲିଥିଲା ଲଭ୍ ଗେମ୍! ଏହି ସମୟରେ ଅଚାନକ ନଦୀରେ ପଶିଗଲା କାର୍

ନୂଆଦିଲ୍ଲୀ: ଆଜିକାଲି ପ୍ରେମୀଯୁଗଳଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଅନେକ ସମୟରେ ପରସ୍ପର ସହ ଆଲିଙ୍ଗନ କରୁଥିବା ସମୟରେ, ଚୁମ୍ବନ ଦେଉଥିବା ସମୟରେ, ଏକାନ୍ତରେ ଗପସପ ହେଉଥିବା ସମୟରେ କିଛି ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ଆମେରିକାର ଫିଲାଡେଲଫିଆରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଦମ୍ପତ୍ତି ଏକ ରେଞ୍ଜ ରୋଭର ଭିତରେ ରୋମାନ୍ସ କରୁଥିବା ସମୟରେ କାରଟି ଅଚାନକ ନଦୀ ଭିତରକୁ ଖସି ପଡ଼ିଥିଲା ।

ଖବର ମୁତାବକ, ଆମେରିକାରେ ଫିଲଡେଲଫିଆ ସହରରେ ଘଟିଛି ଏଭଳି ଏକ ସ୍ପର୍ଶକାତର ଘଟଣା । ଏକ ପ୍ରେମୀଯୁଗଳ ଏକ ରେଞ୍ଜ ରୋଭରର ପଛ ସିଟରେ ଶାରୀରିକ ସମ୍ପର୍କରେ ବ୍ୟସ୍ତ ରହିଥିବା ସମୟରେ ଏପରି ଅଘଟଣ ଘଟିଥିଲା । କାରଟି ଅଚାନକ ଏକ ନଦୀ ଗର୍ଭକୁ ଖସି ପଡ଼ିଥିଲା । ପ୍ରେମ ରାଇଜରେ ସମ୍ପୂର୍ଣ୍ଣ ନିମଗ୍ନ ହୋଇଥିବା ଯୋଡ଼ିଙ୍କ ମଧ୍ୟରୁ ଜଣଙ୍କର ପାଦ ଭୁଲରେ କାରର ବ୍ୟାକ୍ ଗିୟରରେ ବାଜି ଯାଇଥିଲା । ଏହାପରେ ଦେଖୁଦେଖୁ କାରଟି ନଦୀ ଭିତରକୁ ଖସି ପଡ଼ିଥିଲା ।

ପୋଲିସ ଅନୁଯାୟୀ, ପ୍ରେମୀ ଯୁଗଳ ନିଜ କାରକୁ ନେଇ ଫେୟରମାଉଣ୍ଟ ପାର୍କ ନିକଟକୁ ଯାଇଥିଲେ । ଏହି ପାର୍କ ଶୁଇଲକିଲ ନଦୀ କୂଳରେ ଅବସ୍ଥି ଥିଲା । ସକାଳ ପାଖାପାଖି ୪ଟା ସମୟରେ ଏହି ଦୁଇ ପ୍ରେମୀ ନଦୀ କୂଳରେ କାରକୁ ରଖି ରୋମାନ୍ସରେ ମାତିଥିଲେ । ତେବେ ଦୁର୍ଭାଗ୍ୟବଶ୍ୟତଃ ବ୍ୟାକ ଗିୟରରେ ଜଣଙ୍କର ଗୋଡ଼ ବାଜିଯିବାରୁ କାରଟି ଗଡ଼ିବା ସହିତ ନଦୀ ଭିତରକୁ ଖସି ପଡ଼ିଥିଲା । ଏ ବାବଦରେ କପଲ କିଛି ଜାଣିପାରିନଥିଲେ । ଏପରିକି ଏହି ଘଟଣା ବିଷୟରେ ପାର୍କରେ ରହିଥିବା ସୁରକ୍ଷାକର୍ମୀ ମଧ୍ୟ କିଛି ସୁରାକ୍ ପାଇ ପାରିନଥିଲେ । ଏହାପରେ ପ୍ରେମୀଯୁଗଳଙ୍କୁ କୌଣସି ପ୍ରକାରେ କାରର ଡୋର ଖୋଲି ଉଦ୍ଧାର କରାଯାଇଥିଲା । ରେସକ୍ୟୁ ଟିମ୍ ସକାଳ ୯ଟା ସୁଦ୍ଧା କାରକୁ ନଦୀକୁ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.