fbpx

ଜଙ୍ଗଲରେ ଦନ୍ତାହାତୀ ଅସୁସ୍ଥ: ସେପଟେ ଅଚିନ୍ତା ନିଦରେ କ୍ୱାର୍ଟରରେ ରେଞ୍ଜର୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ପଟିଆମାଳ ଜଙ୍ଗଲରେ ଦନ୍ତାହାତୀ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି । କିନ୍ତୁ ସେପଟେ ନିଜ କ୍ୱାର୍ଟରରେ ଅଚିନ୍ତା ନିଦରେ ଶୋଇଛନ୍ତି ଟାଙ୍ଗୀ ବନ ବିଭାଗର ରେଞ୍ଜର୍ ଦେବାଶିଷ ଭୋଇ  । ଦୀର୍ଘ ୨ ଦିନ ହେଲା ଗୋଟିଏ ଦନ୍ତାହାତୀ ଗୋଠଛଡା ହୋଇ ବୁଲୁଥିବା ଜଣାପଡିବା ପରେ ଏବେ ଦନ୍ତାହାତୀଟି ଅସୁସ୍ଥ ଥିବା ଜଣାପଡିଛି  । ଟାଙ୍ଗୀ ବନ ବିଭାଗ ପକ୍ଷରୁ ଯୋଗାଯୋଗ ପରେ ଙଟଇଞ ର ଏକ ଟିମ୍ ଏବଂ ଟ୍ରାଙ୍କୁଲାଇଜର୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅସୁସ୍ଥ ଗଜରାଜ ଉପରେ ନଜର ରଖିଛନ୍ତି  ।

ଗୋଟିଏ ପଟେ ଜଙ୍ଗଲରେ ହାତୀ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି । କିନ୍ତୁ ଏ ନେଇ ବନ ବିଭାଗ କର୍ମଚାରୀଙ୍କର ନିଘା ନାହିଁ । ଅଚିନ୍ତା ନିଦରେ କ୍ୱାର୍ଟରରେ ବାବୁ ରେଷ୍ଟ ନେଉଛନ୍ତି । ଟାଙ୍ଗୀ ବନ ବିଭାଗ ରେଞ୍ଜର୍ ଦେବାଶିଷ ଭୋଇ ଘଟଣା ସ୍ଥଳରେ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି  । ରାଜ୍ୟରେ ଗଜରାଜଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଟାଙ୍ଗୀ ରେଞ୍ଜ୍ ଅଧିନ ପଟିଆମାଳ ଜଙ୍ଗଲରେ ଦନ୍ତାହାତୀ ଅସୁସ୍ଥ ହେବା ଘଟଣା କିଭଳି ଲୁଚି ରହିବ ।

ତେବେ ଏହାକୁ ଚାପି ରଖିବା ପାଇଁ ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ ସମସ୍ତ କଟକଣା କରିଛନ୍ତି  । ସେଥିପାଇଁ ଦନ୍ତାହାତୀ ଅସୁସ୍ଥ ସମ୍ପର୍କରେ ଟାଙ୍ଗୀ ବନ ବିଭାଗର ରେଞ୍ଜର ଅସହଯୋଗ ମଧ୍ୟ କରୁଥିବା ଜଣାଯାଇଛି । କିନ୍ତୁ ବାବୁଙ୍କର ସବୁ ପ୍ଲାନ ଫସର ଫାଟିଯାଇଛି । କ୍ୟାମେରାର ଲ୍ନ୍ରେ ଦରାପଡି ଯାଇଛି ବାବୁଙ୍କ ସବୁ ବ୍ୟବସ୍ଥା । ହାତୀର ଏମିତି ଅବସ୍ଥା ବେଳେ ଟାଙ୍ଗୀ ବନ ବିଭାଗର ରେଞ୍ଜର ନିଜ କ୍ୱାର୍ଟରରେ ରେଷ୍ଟ ନେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି ।

Get real time updates directly on you device, subscribe now.