fbpx

ବିଜେପି ଛାଡି ବିଜେଡିରେ ମିଶିଲେ ଏହି ନେତା: ଦଳକୁ ନେଇ କହିଲେ ଏପରି

ଭୁବନେଶ୍ୱର: ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ବୁଧବାର ବିଜେପି ଦଳ ଛାଡି ବିଜେଡିରେ ମିଶିଛନ୍ତି । ବୁଧବାର ଦିନ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ନିଜ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜ ସେମାନଙ୍କୁ ସ୍ୱାଗତ କରିଛନ୍ତି ।

ପ୍ରଣବ କହିଛନ୍ତି ଯେ, ରଞ୍ଜନ ଆଜି ଘରକୁ ଫେରିଛନ୍ତି । ସେମାନେ ବୁଝିଲେ ଯେ ନବୀନ ପଟ୍ଟନାୟକ ହି ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ । ବିଜେଡିରେ ମିଶିବା ପରେ ରଞ୍ଜନ ପଲେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶାଳ ହୃଦୟ ରଖି ସେ ମତେ ଗ୍ରହଣ କରିଛନ୍ତି । ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ । ଆଶୀର୍ବାଦ ଓ ସହଯୋଗ ପାଇଁ ଧନ୍ୟବାଦ ।

ଏହା ବ୍ୟତୀତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ବାଞ୍ଛାନିଧି ରାଉତ, ମଣ୍ଡଳ ସଭାପତି ସର୍ବଶ୍ରୀ ଅଶୋକ ସାହୁ, ଅଶୋକ ପ୍ରଧାନ, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ, ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାହୁ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରହ୍ଲାଦ ସାହୁ, ସନ୍ତୋଷ ମିଶ୍ର, ବିଭୁନନ୍ଦନ ମହାପାତ୍ର, ବଳରାମ ପ୍ରଧାନ, ପ୍ରହ୍ଲାଦ ଜେନା, ବନମାଳୀ ସ୍ୱାଇଁ, ନରୋତ୍ତମ ସାହୁ, ଅକ୍ଷୟ କୁମାର କର, ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମିଟୁ ସ୍ୱାଇଁ, ବିମଳ କୁମାର ସ୍ୱାଇଁ, ବନବୀର ସ୍ୱାଇଁ, ବିଜେପି ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଇ.ଲଳିତା ପାତ୍ର ମଧ୍ୟ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପଲେଇଙ୍କୁ ବିଜେପିରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିଲା ।

Get real time updates directly on you device, subscribe now.