fbpx

ଏଥର ଐତିହାସିକ ହେବ ରଣଜୀ ଟ୍ରଫି ଫାଇନାଲ; ଗୋଟିଏ ରାଜ୍ୟର ୨ଟି ଟିମ୍ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ଫାଇନାଲ ଏଥର ଐତିହାସିକ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟର ଇତିହାସରେ କେବଳ ଦ୍ୱିତୀୟ ବାର ଏପରି ଫାଇନାଲ ହେବ ଯେତେବେଳେ ଗୋଟିଏ ରାଜ୍ୟର ୨ଟି ଟିମ୍ ସାମ୍ନାସାମ୍ନି ହେବେ । ଏହି ଟିମ୍ ହେଉଛି ମୁମ୍ବାଇ ଓ ବିଦର୍ଭ । ମାର୍ଚ୍ଚ ୧୦ ତାରିଖରେ ଏହି ୨ ଟିମ୍ ମଧ୍ୟରେ ଏକ ଐତିହାସିକ ଫାଇନାଲ ଖେଳାଯିବ । ଯଦି ମୁମ୍ବାଇ ଟିମ୍ ଜିତିବ ତେବେ ତାହା ପାଇଁ ଏହା ୪୨ତମ ଟାଇଟେଲ୍ ହେବ ଆଉ ଯଦି ବିଦର୍ଭ ଜିତିବ ତେବେ ତାହାର ଏହା ୩ୟ ବିଜୟ ହେବ ।

ବିଦର୍ଭ ଟିମ୍ ମଧ୍ୟପ୍ରଦେଶକୁ ହରାଇ ରଣଜୀ ଟ୍ରଫି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଏହି ଦଳ ସେମି ଫାଇନାଲ ମ୍ୟାଚ୍ ୬୨ ରନ୍‌ରେ ଜିତିଛି । ସେହିପରି ମୁମ୍ବାଇ ତାମିଲନାଡୁକୁ ହରାଇ ଫାଇନାଲରେ ପହଞ୍ଚିଛି । ଏଠାରେ ସୂଚାଇ ଦିଆଯାଇପାରେ କି ମୁମ୍ବାଇ ଟିମ୍ ୪୧ ଥର ଟ୍ରଫି ଜିତିଛି । ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ମୁମ୍ବାଇ ସବୁଠାରୁ ସଫଳ ଟିମ୍ ।
କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ୨ ଟିମ୍ ଗୋଟିଏ ରାଜ୍ୟ ମହାରାଷ୍ଟ୍ରର ଅଟନ୍ତି । ରଣଜୀ ଟ୍ରଫି ଇତିହାସରେ ଦ୍ୱିତୀୟ ଥର ଏପରି ହେବ କି ଗୋଟିଏ ରାଜ୍ୟର ୨ଟି ଟିମ୍ ସାମ୍ନାସାମ୍ନି ହେବେ । ଏହା ପୂର୍ବରୁ ୧୯୭୧ରେ ଏପରି ସଂଯୋଗ ସୃଷ୍ଟି ହୋଇଥିଲା । ସେତେବେଳେ ବି ଫାଇନାଲ ମ୍ୟାଚ୍ ମହାରାଷ୍ଟ୍ର ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିଲା ଓ ଏଥିରେ ମୁମ୍ବାଇ ଟ୍ରଫି ହାସଲ କରିଥିଲା ।

Get real time updates directly on you device, subscribe now.