ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟକୁ ନା! ରୋକ୍ ଲଗାଇବା ପାଇଁ ପ୍ରସ୍ତୁତ ସରକାର
ଅଶ୍ଳୀଳ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଣିବେ ଗାଇଡଲାଇନ୍ ।
ନୂଆଦିଲ୍ଲୀ: ରଣବୀର ଆଲ୍ଲାହାବାଦିଆଙ୍କ ଅଶ୍ଳୀଳ କଣ୍ଟେଣ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ କଠୋର ମନ୍ତବ୍ୟ ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଏହି ସଂହିତା 5 ରୁ 50 ଲକ୍ଷ ଫଲୋଅର୍ସ ଥିବା କଣ୍ଟେଣ୍ଟ କ୍ରିଏଟରଙ୍କୁ ପାଳନ କରିବାକୁ ପଡିବ । ଯାହା ଦ୍ଵାରା ଭବିଷ୍ୟତରେ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ଭଳି ଶୋ’ ସାରା ଦେଶର ଲୋକଙ୍କ ଭାବନାକୁ ଆଘାତ ଦେବ ନାହିଁ ବୋଲି କୁହାଯାଇଛି ।
ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ OTT ର ବିଷୟବସ୍ତୁ ସମ୍ପର୍କରେ ବିଭିନ୍ନ ସ୍ତରରେ ପଦକ୍ଷେପ ନେଉଛନ୍ତି । ପିଲାମାନଙ୍କୁ ଅଶ୍ଳୀଳ ବିଷୟବସ୍ତୁରୁ ଦୂରେଇ ରଖିବା ପାଇଁ ନିୟମ ପ୍ରସ୍ତୁତ କରିବା, OTT ପ୍ଲାଟଫର୍ମର ସ୍ୱୟଂ-ନିୟାମକ ସଂସ୍ଥା ପାଇଁ ପରାମର୍ଶ ଏବଂ ଡିଜିଟାଲ୍ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ ଚାଲିଛି ।
ସରକାରଙ୍କୁ ଜବାବ ମାଗିଲେ କୋର୍ଟ- ଏହି ସମୟରେ, ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ଦେଶର ଜନସାଧାରଣଙ୍କ ସମ୍ମୁଖରେ ସୋସିଆଲ ମିଡିଆର ଆଉ ଏକ କୁତ୍ସିତ ଚିତ୍ର ଉପସ୍ଥାପନ କରିଛି । ଯାହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ସମ୍ପ୍ରତି ଆହ୍ଲାବାଦର ଆବେଦନର ଶୁଣାଣି ସମୟରେ କଡ଼ା ସମାଲୋଚନା କରିଥିଲେ ।
ଏହା ସହିତ, କେନ୍ଦ୍ର ସରକାରଙ୍କୁ ଅଶ୍ଳୀଳ ବିଷୟବସ୍ତୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ପଚାରିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଏହି ସୂଚନା କୋର୍ଟକୁ ଦିଆଯିବା ଉଚିତ ବୋଲି କହିଛନ୍ତି ।
ଆସିବ କୋର୍ଡ ଅଫ୍ କଣ୍ଡକ୍ଟ- ଏହାପରେ ସରକାର ସୋସିଆଲ ମିଡିଆ ପ୍ରଭାବଶାଳୀମାନଙ୍କ ପାଇଁ କୋଡ୍ ଅଫ କଣ୍ଡକ୍ଟ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି । ଯାହା ଦ୍ଵାରା ଏହି ପଦକ୍ଷେପ ମାଧ୍ୟମରେ, ପ୍ରଭାବଶାଳୀମାନେ ସାର୍ବଜନୀନ କରୁଥିବା ବିଷୟବସ୍ତୁରୁ ଅଶ୍ଳୀଳତା ଏବଂ ଅପମାନଜନକ ଭାଷାକୁ ଦୂରେଇ ରଖାଯାଇ ପାରିବ ।