fbpx

ଦୀପିକାଙ୍କୁ କିସ୍ କରି ରଣବୀର ସେୟାର୍ କଲେ କ୍ୟୁଟ୍ ଫଟୋ, ‘ଗହରାଇୟାଁ’କୁ ନେଇ କହିଲେ ଏପରି

ନୂଆଦିଲ୍ଲୀ: ନିକଟରେ ଦୀପିକାଙ୍କ ଫିଲ୍ମ ଗହରାଇୟାଁ ଓଟିଟିରେ ରିଲିଜ୍ ହୋଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଫିଲ୍ମରେ ଦୀପିକାଙ୍କ ବୋଲ୍ଡ ସିନ୍ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଏବେ ରଣବୀର ସିଂହଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଏକ ଫଟୋ ସେୟାର୍ କରି ଦୀପିକାଙ୍କ ଅଭିନୟକୁ ଖୁବ୍ ପ୍ରଂଶସା କରିଛନ୍ତି । ସେ ଫିଲ୍ମର ରିଭ୍ୟୁ ଦେଇଛନ୍ତି । ସେ ଦୀପିକାକୁ କିସ୍ କରୁଥିବାର ଏକ ଫଟୋ ସେୟାର୍ କରିଛନ୍ତି ।

ରଣବୀର ଇନଷ୍ଟାଗ୍ରାମରେ ପତ୍ନୀ ଦୀପିକା ପାଦୁକୋନଙ୍କୁ କିସ୍ କରୁଥିବା ବେଳର ଏକ ଫଟୋ ସେୟାର୍ କରିଛନ୍ତି । ଏହି ଫଟୋରେ ଦୁହେଁ ଏକ ସମୁଦ୍ର କୂଳରେ ଥିବା ଦେଖିବାକୁ ମିଳିଛି । ରଣବୀର ସାର୍ଟଲେସ୍ ଥିବା ବେଳେ ଦୀପିକା ଏକ ହ୍ୱାଇଟ୍ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଦୁହେଁ ଦୁହିଁଙ୍କୁ ଲିପ୍-ଲକ୍ କରୁଥିବା ନଜର ଆସିଛି । ଫଟୋ କ୍ୟାପସନ୍ ରେ ସେ ଦୀପିକାଙ୍କ ଅଭିନୟର ଭୁରି ଭୁରି ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Ranveer Singh (@ranveersingh)

ସୂଚନା ଯେ, ଗହରାଇୟାଁ ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହୋଇଛି । ଏହାକୁ ଫ୍ୟାନ୍ସଙ୍କର ମିକ୍ସଡ୍ ରିଭ୍ୟୁ ମିଳିଛି । ଏଥିରେ ଦୀପିକାଙ୍କ ବ୍ୟତୀତ ସିଦ୍ଧାନ୍ତ ଚର୍ତୁବେଦୀ, ଅନନ୍ୟା ପାଣ୍ଡେ ଓ ଧୈଯ୍ୟ କାରଭା ରହିଛନ୍ତି ।

Get real time updates directly on you device, subscribe now.