fbpx

(Video) ତ୍ରିକୋଣୀୟ ରିଲେସନସିପ୍: ବର୍ଷାଙ୍କ ଅଭିଯୋଗ ପରେ ପୁଣି ଜାଗିଲେ ଜାଗ୍ରତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଏହି ଦମ୍ପତିଙ୍କ ରିଲେସନସିପ ମଧ୍ୟକୁ ତୃତୀୟ ମହିଳା ଜାଗ୍ରତି ଶୁକ୍ଲାଙ୍କ ଏଣ୍ଟ୍ରି ପରେ ଏହି ମାମଲା ପୁଣି ଘନେଇଛି । ଦୁଇଦିନ ତଳେ ଜାଗ୍ରତି ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିଲେ । ପରେ ବର୍ଷା ଉକ୍ତ ପୋଷ୍ଟକୁ ନେଇ ପ୍ରତିକ୍ରିୟା ଦେବା ସହ ପୁରୀଘାଟ ଥାନାରେ ଜାଗ୍ରତିଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

ତେବେ ପୁଣି ଜାଗ୍ରତି ଏକ ଫେସବୁକ୍ ପୋଷ୍ଟ ଶେୟାର କରି ଅନୁଭବ-ବର୍ଷାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି ଯେ, ଅନୁଭବଙ୍କ ଅସୁସ୍ଥ ବୃଦ୍ଧ ପିତାମାତା, ସାନଭାଇଙ୍କ ପତ୍ନୀ ଓ ପିଲାମାନେ ଦେଢ଼ବର୍ଷ ହେଲା ଭଡ଼ା ଘରେ ରହୁଛନ୍ତି । ତାଙ୍କର ପୈତୃକ ଘରେ କେବଳ ପତ୍ନୀ ରହୁଛନ୍ତି । ତେବେ ଦୁହେଁ ଏଭଳି ସ୍ଥିତିରେ ଖୁସିରେ ଅଛନ୍ତି କି ନା କାହିଁକି କେହି ପ୍ରଶ୍ନ ଉଠାଉ ନାହାନ୍ତି? ତେବେ ଜାଗ୍ରତିଙ୍କ ଏହି ନିଆଁରେ ଘିଅ ଢାଳିବା ପୋଷ୍ଟକୁ ନେଇ ବର୍ଷା କ’ଣ ଜବାବ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ପୂର୍ବରୁ ମଧ୍ୟ ଜାଗ୍ରତି ଅନ୍ୟ ପୋଷ୍ଟରେ ବର୍ଷାଙ୍କୁ ଟାର୍ଗେଟ କରିଥିଲେ । ଅଭିନେତାଙ୍କ ପତ୍ନୀ ମ୍ୟାରେଜ ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଣ୍ଟ ଭଳି ସମସ୍ତ ଡକ୍ୟୁମେଣ୍ଟରେ ଅଲଗା ଅଲଗା ନାମ ବ୍ୟବହାର କରୁଛନ୍ତି । ବର୍ଷା ନିଜ ଅଭିଭାବକଙ୍କ ଟାଇଟଲକୁ ଦୁଇଟି ଅଲଗା କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରୁଥିବାରୁ ଏହା ଏକ ପ୍ରକାର ଠକାମି । ତେଣୁ ତାଙ୍କୁ ତଦନ୍ତର ପରିସରଭୁକ୍ତ କରିବା ଦରକାର ବୋଲି ଜାଗ୍ରତି ପୋଷ୍ଟ କରିଥିଲେ ।

Get real time updates directly on you device, subscribe now.