fbpx

ଫିଲ୍ମ ପ୍ରମୋସନ ସହ ପେଟ ପୂଜା କରୁଛନ୍ତି ରଣବୀର;ଖାଉଛନ୍ତି ବରା,ଇଡ଼ଲି,ଦୋଷା

ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତା ରଣବୀର କପୁର ଏକ କଦଳୀ ପତ୍ରରେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଉଥିବା ନଜର ଆସିଥିଲେ। ପ୍ରକୃତରେ ରଣବୀର କପୁର ମଧ୍ୟାହ୍ନ ଭୋଜନରେ ବ୍ରହ୍ମାସ୍ତ୍ରର ସହ-ତାରକା ନାଗାର୍ଜୁନ ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ ରାଜା ମୋୖଲିଙ୍କ ସହ ଆସିଥିଲେ। ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ଆଗାମୀ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ପାଇଁ ସେ ବର୍ତମାନ ଅନେକ ଚର୍ଚ୍ଚା ରେ ରହି ଛନ୍ତି। ଏହି ବଡ ବଜେଟ୍ ଚଳଚ୍ଚିତ୍ରର ପ୍ରମୋସନ ଜୋରସୋରରେ ଚାଲିଛି । ଏସ୍ ରାଜା ମୋୖଲି ଏହି ବୈଠକ ବିଷୟରେ କହିଥିଲେ ଏବଂ ବହୁ ବର୍ଷର ପରିଶ୍ରମ ପରେ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ବୋଲି କହିଥିଲେ।
ଏହି ଚଳଚ୍ଚିତ୍ରର ପ୍ରଶଂସା କରି ରାଜାମୋୖଲି ଆହୁରି କହିଛନ୍ତି ଯେ ଆମର ପୁରାଣରେ ଅସ୍ତ୍ରଶସ୍ତ୍ର ବିଷୟରେ ଆମେ ଅନେକ ଶୁଣିଛୁ ଏବଂ ପଢିଛୁ। ଏବେ ଆମେ ଫିଲ୍ମ ମାଧ୍ୟମରେ ଏହି ଅସ୍ତ୍ରଶସ୍ତ୍ରର ନୂଆ ରୂପ ଦେଖିବା । ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରର ହିରୋ ବିପଜ୍ଜନକ ଭିଲେନ୍ ଏବଂ ଶକ୍ତି ସହିତ ଲଢୁଛନ୍ତି ତାହା ନଜର ଆସିଛି । ଏହି ଚଳଚ୍ଚିତ୍ର ଆମକୁ ଶିକ୍ଷା ଦିଏ ଯେ ପ୍ରେମ ସବୁକିଛି ଜିତାଇପାରେ ।

ତେବେ ଏହା ସବୁ ଭିତରେ ଆରଆରଆର ନିର୍ଦ୍ଦେଶକ ରଣବୀର ଙ୍କ ପ୍ରଶଂସା କରିବାକୁ ପଛେଇ ନାହାନ୍ତି । ଏହା ମଧ୍ୟ କହିଛନ୍ତି ଯେ ରଣବୀର କପୁରଙ୍କ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ବ୍ରହ୍ମାସ୍ତ୍ରର ଅନ୍ତିମ ସଂସ୍କରଣକୁ ସର୍ବୋତ୍ତମ କରିବାରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ସେ ଚେନ୍ନାଇରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ରାଜା ମୋୖଲି ରଣବୀର କପୁରଙ୍କୁ ପ୍ରଶଂସା କରି କହିଛନ୍ତି ଯେ “ରଣବୀର କହିଛନ୍ତି ଯେ ଚେନ୍ନାଇର ସଂସ୍କୃତି ଏତେ ସମୃଦ୍ଧ ଯେ ଏଠାରେ ରହିବା ଅତ୍ୟନ୍ତ ଗୌରବର ବିଷୟ। ମୁଁ ତାଙ୍କୁ ବହୁତ ଦିନରୁ ଜାଣିଛି, ସେ ଏହି ଚଳଚ୍ଚିତ୍ରକୁ ସର୍ବୋତ୍ତମ କରିବା ପାଇଁ ପ୍ରତିଦିନ ଉତ୍ସର୍ଗ କରିଛନ୍ତି। ”

Get real time updates directly on you device, subscribe now.