fbpx

ଶରୀରରେ ଏହି ୩ଟି ଲକ୍ଷଣ ଦେଖିବା ମାତ୍ରେ ହୁଅ ସାବଧାନ୍! କିଡନୀ ଷ୍ଟୋନର ହୋଇପାରନ୍ତି ଶିକାର

ଭୁବନେଶ୍ୱର: କିଡନୀ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ନଷ୍ଟ ହେବା ପରେ ଜଣେ ବ୍ୟକ୍ତିର ବୟସ ଦୁଇଗୁଣ କମିଯାଏ । ଶରୀରରେ ସମସ୍ତ ଅଙ୍ଗଗୁଡ଼ିକର କିଛି ନା କିଛି କାମ ରହିଛି । ଉଦାହରଣ ସ୍ୱରୂପ- ମସ୍ତିଷ୍କ, ପେଟ, ଫୁସଫୁସ, କିଡନୀ, ଯକୃତ ଇତ୍ୟାଦି, ଏଥିରୁ ଗୋଟିଏ ନଷ୍ଟ ହୋଇଗଲେ ବଞ୍ଚିବା କଷ୍ଟକର ହୋଇଯାଏ । କିନ୍ତୁ ଆଜିକାଲି କିଡନୀ ଷ୍ଟୋନ, ମାଇଗ୍ରେନ୍, କିଡନୀ ଡାୟଲିସିସ୍ ଇତ୍ୟାଦି ଗୁରୁତର ରୋଗର ଶିକାର ହେବା ଅତି ସାଧାରଣ କଥା ହୋଇଛି । ଯେତେବେଳେ ଶରୀରର ବାହ୍ୟ ପାର୍ଶ୍ୱରେ ଆଘାତ କିମ୍ବା ଜଳାପୋଡା ଦେଖାଯାଏ, ସେତେବେଳେ ଆମେ ସହଜରେ ଜାଣିପାରୁ । କିନ୍ତୁ ଆପଣଙ୍କର ଲିଭର ଏବଂ କିଡନୀ ନଷ୍ଟ ହେଉଛି କି ନାହତିଁ ବୋଲି ଆପଣ ଜାଣିପାରନ୍ତି କି? ନା, ତେବେ ଆସନ୍ତୁ ଜାଣିବା କିଡନୀରେ ଷ୍ଟୋନ ହେବାପରେ ଶରୀରରେ କିପରି ଲକ୍ଷଣ ଦେଖାଯାଏ …

ପିଠି, ପେଟ ଏବଂ ହାତରେ ଯନ୍ତ୍ରଣା :-
ଯେତେବେଳେ କିଡନୀ ଷ୍ଟୋନର ସମସ୍ୟା ଦେଖାଯାଏ , ସେତେବେଳେ ସାଧାରଣ ଯନ୍ତ୍ରଣା ତୁଳନାରେ ଶରୀରରେ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଦେଖାଦିଏ । ଯେପରିକି ଅଚାନକ୍୍ ପ୍ରବଳ ଯନ୍ତ୍ରଣା ଏବଂ ହଠାତ୍ ଶାନ୍ତିର ଅନୁଭବ ହେବା । ଯେତେବେଳେ ଷ୍ଟୋନ ମୂତ୍ରନଳୀରୁ ବାହାରକୁ ଆସିଥାଏ, ସେତେବେଳେ ଏପରି ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ଦ୍ୱାରା ବ୍ଲକେଜ୍ ହୋଇଥାଏ ଏବଂ କିଡନୀରେ ଚାପ ସୃଷ୍ଟି ହୁଏ , ଯେଉଁ କାରଣରୁ ପିଠି ଏବଂ ପେଟରେ ଭୟଙ୍କର ଯନ୍ତ୍ରଣା ଅନୁଭବ ହୋଇଥାଏ ।

ପରିସ୍ରା ସମୟରେ ଜ୍ୱଳନ:-
ଯଦି ଆପଣଙ୍କ କିଡନୀ ଷ୍ଟୋନ ଆପଣଙ୍କ ୟୁରେଟର କିମ୍ବା ବ୍ଲାଡରରେ ପ୍ରବେଶ କରେ, ତେବେ ପରିସ୍ରା କରିବା ସମୟରେ ଆପଣ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପଡିପାରେ ।

ପରିସ୍ରାରେ ରକ୍ତ:-
ଯେତେବେଳେ ଆମେ କୌଣସି ସଂକ୍ରମଣର ଶିକାର ହେଉ, ସେବେ ଆମ ପରିସ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳେ । ଯେପରିକି ଭାଇରାଲ୍ ହେତୁ ପରିସ୍ରାର ଅତ୍ୟଧିକ ହଳଦିଆ ହୋଇଥାଏ, ଇନସୁଲିନ୍ ସ୍ତର ଯୋଗୁଁ ପରିସ୍ରାର ରଙ୍ଗରେ ପରିବର୍ତ୍ତନ ହୁଏ । କିନ୍ତୁ ଯଦି ଆପଣଙ୍କ ପେଟରେ ଷ୍ଟୋନ ଅଛି, ତେବେ ଆପଣଙ୍କ ମୂତ୍ରନଳୀରେ ରକ୍ତ ପଡ଼ିବାର ଲକ୍ଷଣରୁ ଆପଣଙ୍କୁ କିଡନୀ ଷ୍ଟୋନ ହେବାର ସଙ୍କେତ ମିଳିଥାଏ ।

Get real time updates directly on you device, subscribe now.