fbpx

ବିଦ୍ୟୁତ ତାର ଲାଗି ୨ହାତୀ ମୃତ

କେନ୍ଦୁଝର: କରେଣ୍ଟ ସଂସ୍ପର୍ଶରେ ଆସି ଦୁଇ ହାତୀ ମୃତ । ବିଦ୍ୟୁତ ତାର ଲାଗି ଦୁଇ ମାଈ ଦାତୀଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ବନାଞ୍ଚଳ ଜୁଡିଆ କୃଷି ବିଜ୍ଞାନକେନ୍ଦ୍ରରେ ଏହି ଅଘଟଣ ଘଟଛି । ଘଟଣା ସ୍ଥଳରେ ବନକର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
କୃଷି ବିଜ୍ଞାନକେନ୍ଦ୍ରରେ ଥିବା ବେଳେ କେଉଁ ସ୍ଥାନରେ ଏବଂ କିପରି ହାତୀ ଦୁଇଡି ବିଦ୍ୟୁତତାର ସଂସ୍ପର୍ଶ ଆସିଲେ ତାହାର ଖୋଲତାଳ କରିବ ବନକର୍ମଚାରୀ ।

ତେବେ ରାଜ୍ୟରେ ଏହି ଭଳି ଆକସ୍ମିକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ହାତୀ ମାନଙ୍କୁ ସୁରକ୍ଷା ଯୋଗାଇବାରେ ପ୍ରଶାସନର ସବୁ କୌଶଳ ଫେଲ ମାରିଛି । ଯାହା ଫଳରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ।

Get real time updates directly on you device, subscribe now.