ଇଚ୍ଛାମୃତ୍ୟୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଗଣଦୁଷ୍କର୍ମ ପୀଡିତା; କହିଲେ ଲୋକଲଜ୍ଜ୍ୟା ସହିବା କଷ୍ଟ ହେଉଛି

ଓଡିଶା ଭାସ୍କର; ଲୋକଲଜ୍ୟା, ଅପମାନ ସହି ନପାରି ଇଚ୍ଛାମୃତ୍ୟୁ ଚାହିଁଛନ୍ତି ଜଣେ ଗଣଦୁଷ୍କର୍ମ ପୀଡିତା । ନିଜର ଇଚ୍ଛାମୃତ୍ୟୁ ପାଇଁ ସେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ଅନୁମତି ମାଗିଛନ୍ତି । ଥାନାରେ ଏତଲା ଦେବା ପରେ ପୁଲିସ ତାଙ୍କ କଥା କିଛି ଶୁଣି ନଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

ତେବେ ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ପିଲିଭିଟ ଜିଲ୍ଲାରୁ ସାମ୍ନାକୁ ଆସିଛି । ଉକ୍ତ ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ଭାଇ ଏବଂ ତାଙ୍କ ସହକର୍ମୀଙ୍କ ଦ୍ୱାରା ଜୁଲାଇ ୩୧ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ସୂଚନା ରହିଛି । ଶାହାଜାହାନପୁର ଜିଲ୍ଲା ବାନ୍ଦା ଗାଁରେ ସମୁଦିଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ ମହିଳା ଜଣକ । ଏହି ସମୟରେ ସେ ଦୁଷ୍କର୍ମର ଶିକାର ହୋଇଥିବା ସେ କହିଛନ୍ତି । ଏହି ସମ୍ପର୍କରେ ସେ ଜ୍ୱାଇଁଙ୍କ ପରିବାରକୁ ଜଣାଇଥିଲେ ମଧ୍ୟ ଏହାକୁ ସେମାନେ ଧ୍ୟାନ ଦେଇ ନଥିଲେ । ପରେ ଏନେଇ ପ୍ରଥମେ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ ତାଙ୍କ ଅଭିଯୋଗ ଶୁଣି ନଥିବା କହିଛନ୍ତି ପୀଡ଼ିତା । ପୁଲିସ ସହ ପ୍ରଶାସନ ମଧ୍ୟ ପୀଡିତାଙ୍କ ଅଭିଯୋଗ ଶୁଣି ନଥିବା କହିଛନ୍ତି । ଲୋକଲଜ୍ୟା, ଅପମାନ ସହି ପାରୁ ନଥିବାରୁ ଶେଷରେ ସେ ଇଚ୍ଛାମୃତ୍ୟୁ ଚାହିଁଛନ୍ତି ।

ଅନ୍ୟପଟେ ଏସପି ଅଶୋକ କୁମାର ମିନା ତଦନ୍ତ କରି ଏନେଇ କୈାଣସି ପ୍ରମାଣ ମିଳିନାହିଁ ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ଯଦିଓ ଘଟଣା ବିଷୟରେ ବର୍ତ୍ତମାନ କୌଣସି ସତ୍ୟତା ସାମ୍ନାକୁ ଆସି ନାହିଁ ହେଲେ ଏଭଳି ଏକ ଚିଠିକୁ ନେଇ ସବୁଠି ଚର୍ଚ୍ଚା ଦେଖିବାକୁ ମିଳିଛି ।