fbpx

(Video) ଦୁଷ୍କର୍ମକାରୀ ବିରୋଧରେ ଥାନାରେ ମାମଲା ଦେବାରୁ, ଏମିତି କରିଛି ଦୁରାଚାରୀ କି ଛାତି ଥରିଯିବ

ଭୋପାଲ: ମଧ୍ୟପ୍ରଦେଶର ଛତ୍ରପୁରରେ ଲଜ୍ଜା । ଖାଲି ଲଜ୍ଜା ନୁହେଁ, ନରାକୀୟକାଣ୍ଡ । ଘରେ ପସି ନାବାଳିକାକୁ ଗୋଟିଏ କୋଠରୀକୁ ନେଇ ବାରମ୍ବାର, ବହୁ ସମୟ ଧରି ଦୁଷ୍କର୍ମ କରିବା ପରେ ପୀଡିତା ଓ ତାର ପରିବାର ଲୋକଙ୍କୁ ଗୁଳି କରିଛି ଦୁଷ୍କର୍ମକାରୀ । ଗୁଳି ମାଡରେ ପୀଡିତାଙ୍କ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପୀଡିତା ଓ ତାଙ୍କ ଜଣେ ଦାଦା ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ମୁତାବକ, ଛତ୍ରପୁର ଅଞ୍ଚଳରେ ରହୁଥିବା ପୀଡିତା ପ୍ରଥମେ ଜୋର ଜବରଦସ୍ତିି ଦୁଷ୍କର୍ମକାରୀ ପୀଡିତାଙ୍କ ଘରେ ପଶିଥିଲା । ପୀଡିତାଙ୍କୁ ପରିବାର ଲୋକଙ୍କ ସାମ୍ନାରେ ଗୋଟିଏ ଘରକୁ ନେଇ ଭିତରୁ କବାଟ ବନ୍ଦ କରିଦେଇଥିଲା ଆଉ ଘଣ୍ଟା ଘଣ୍ଟା ଧରି ବନ୍ଦ ଘରେ କରି ଚାଲିଥିଲା ଦୁଷ୍କର୍ମ । କଷ୍ଟରେ ଯୁବତୀ ଚିକ୍ରାର କରୁଥିଲେ । ହେଲେ ହାତ ଗୋଡ଼ ବାନ୍ଧି ଦେହର ଭୋକକୁ ମେଣ୍ଟାଉଥିଲା ଦୁରାଚାରୀ । ପରିବାର ଲୋକ କବାଟ ବାଡେଇ ଚିକ୍ରାର କରୁଥିଲେ ମଧ୍ୟ କାହାରି କଥାକୁ ବି ଶୁଣିଲା ନାହିଁ । ଆଉ ଯେତେବେଳେ ପୀଡ଼ିତା ଜଣକ ମୁହଁ ଖୋଲିଲେ, ସେତେବେଳେ କହିଲା, ମୁଁ ଦୁଷ୍କର୍ମ କରିବି ତୁ ପୁରା ଚୁପ ରହିବୁ ବୋଲି କହିଥିଲି । ତୁ କଣ ପାଇଁ ମୁହଁ ଖୋଲିଲୁ । ଏବେ ତୁ ଆଉ ମୋ ହାତରୁ ବଞ୍ଚି ପାରିବୁ ନାହିଁ । ଏମିତି ଖାଲି ଧମକ ଦେଲା ନାହିଁ । ଏମିତି କରି ଦେଖାଇ ଦେଲା ଦୁଷ୍କର୍ମକାରୀ ଜଣକ । କାହାରିକୁ ବି ଛାଡ଼ିଲା ନାହିଁ । ଆଖିବୁଡା ଗୁଳି ଚଳାଇଥିଲା । ଗୁଳି ମାଡରେ ପୀଡିତା ସହ ତାର ଜଣେ ଦାଦାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଜଣେ ଦାଦାଙ୍କ ମୃତ୍ୟୁ ହୋଇଛି ।

ପୂରା ଘଟଣାଟି ଏମିତି ଥିଲା, ୧୭ ବର୍ଷର ଝିଅକୁ ବାରମ୍ବାର କରିଥିଲା ଦୁଷ୍କର୍ମକାରୀ ଭୋଳା । ଦୁଇ ମାସ ପୂର୍ବରୁ ଅଭିଯୁକ୍ତ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତ ଭୋଲାକୁ ଖୋଜୁଥିଲା । କିନ୍ତୁ ପୋଲିସ ତ ଭୋଳାକୁ ପାଇଲା ନାହିଁ, ହେଲେ ସେ ପୀଡିତା ପରିବାରକୁ ନଷ୍ଟ କରିଦେଇଛି । ଘରେ ପଶି କରିଛି ଗୁଳିମାଡ । ଗୁଳିମାରି ଫେରାର ହୋଇଯାଇଛି ଅଭିଯୁକ୍ତ ଭୋଲା ।

 

 

Get real time updates directly on you device, subscribe now.