fbpx

‘ସ୍ପା ସେଣ୍ଟରରେ ପ୍ରତିଦିନ ୧୦ରୁ ୧୫ ଲୋକ କରୁଥିଲେ ରେପ୍’: ୧୪ ବର୍ଷର ନାବାଳିକା କହିଲେ ଦୁଃଖଭରା କାହାଣୀ

ନୂଆଦିଲ୍ଲୀ: ମିଲେନିୟମ ସିଟିର ଏକ ମଲରେ ଥିବା ସ୍ପା ସେଣ୍ଟରରେ ଚାକିରି ଦେଇ ୧୪ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ, ମାରପିଟ୍ ଓ ଭିଡିଓ କରି ବ୍ଲାକମେଲ କରୁଥିବାର ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅବଶ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ।

ମୂଳ ରୂପରେ ଦିଲ୍ଲୀରେ ରହୁଥିବା ନାବାଳିକା ଜଣକ ପୋଲିସକୁ ଜଣାଇଛନ୍ତି କି, ଅଗଷ୍ଟରେ ଜଣେ ଯୁବତୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେ ସୋହନା ରୋଡରେ ଥିବା ଏକ ସ୍ପା ସେଣ୍ଟରରେ ରିସେପ୍ସନିଷ୍ଟ ଚାକିରିରେ ରଖାଇଥିଲା । ଅଭିଯୋଗ ହୋଇଛି କି, ସ୍ପା ସେଣ୍ଟରରେ ପ୍ରଥମଦିନ ଆସିଥିବା ଜଣେ ଯୁବକଙ୍କ ସହିତ ପୀଡିତାଙ୍କୁ ରୁମ୍ ଭିତରକୁ ଯିବାକୁ କୁହାଯାଇଥିଲା । ଯେବେ ନାବାଳିକା ମନା କରିଥିଲେ । ଏହି କାମ କରିବାକୁ ପଡିବ ବୋଲି ଅଭିଯୁକ୍ତମାନେ ପୀଡିତାଙ୍କୁ କହିଥିଲେ । ଏପରି ପରିସ୍ଥିତିରେ ପୀଡିତା ରୁମ ଭିତରକୁ ଯାଇଥିଲେ ଓ କିଛି ସମୟ ପରେ ବାହାରକୁ ଆସିବା ପରେ କାଲିଠାରୁ ଆଉ କାମକୁ ଆସିବିନି ବୋଲି କହିଥିଲେ ।

ସ୍ପା ସେଣ୍ଟରରେ ଥିବା ଯୁବକ ତାଙ୍କୁ ତାଙ୍କର ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଯଦି ସେ ନ ଆସନ୍ତି ତେବେ ଭାଇରାଲ ହେବାର ଧମକ ଦେଇଥିଲେ । ଏହି ଡରରେ ସେ ଆହୁରି ପାଞ୍ଚରୁ ଛଅ ଦିନ ପର୍ଯ୍ୟନ୍ତ ସ୍ପା ସେଣ୍ଟରକୁ ଆସିଥିଲେ । ଏହି ସମୟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବିରୋଧ କରିବାରୁ ମାରପିଟ୍ ଓ ଜରବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରତିଦିନ ପ୍ରାୟ ୧୦ରୁ ୧୫ ଜଣ ରେପ୍ କରୁଥିବା ପୀଡିତା କହିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.