fbpx

World Cup-2023 ଭିତରେ ବଡ଼ ଘୋଷଣା କଲେ ରାଶିଦ ଖାନ୍: ବିଶ୍ୱକପ ପରେ ସବୁ ଟଙ୍କା…

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ । ଏହା ମଧ୍ୟରେ ଦଳର ଷ୍ୟାର ଲେଗ୍ ସ୍ପିନର ତଥା ଷ୍ଟାର ଅଲରାଉଣ୍ଡର ରାଶିଦ ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱକପ ସରିବା ପରେ ସେ ଏକ ବୃହତ୍ ପଦକ୍ଷେପ ନେବେ ବୋଲି ବର୍ତ୍ତମାନଠାରୁ ଗୋଷଣା କରିସାରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚରେ ପରାଜୟର ସାମନା କରିଥିବା ଆଫଗାନିସ୍ତାନର ଷ୍ଟାର ପ୍ଲେୟରଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ନତମସ୍ତକ କରି ଦେଇଛି । ବିଶ୍ୱକପର ଆୟ ନିଜ ପାଖରେ ରଖିବେ ନାହିଁ ବୋଲି ଏବେଠାରୁ ଘୋଷଣା କରି ଦେଇଛନ୍ତି ରାଶିଦ ।

ରାଶିଦ ଖାନ୍ କହିଛନ୍ତି ଯେ, ଆଫଗାନିସ୍ତାନରେ ବର୍ତ୍ତମାନ ଭୟଙ୍କର ଭୂକମ୍ପ ତାଣ୍ଡବ ରଚିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଦେଶର ୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଆହୁରି ଅନେକ କ୍ଷୟକ୍ଷତି ଘଟିଯାଇଛି । ତେବେ ଆଫଗାନିସ୍ତାନର ଏଭଳି ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ଇମୋସନାଲ ହୋଇ ଯାଇଛନ୍ତି ରାଶିଦ୍ । ତେଣୁ ଅବିଳମ୍ବରେ ଭୂକମ୍ପରେ ପୀଡ଼ିତମାନଙ୍କୁ ସହାୟତାର ହାତ ବଢାଇଛନ୍ତି । ଦେଶବାସୀଙ୍କୁ ଏହି ସମସ୍ୟାରୁ ବାହାର କରିବା ପାଇଁ ବିଶ୍ୱକପର ସମସ୍ତ ଆୟ ସେ ପୀଡ଼ିତମାନଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ଘୋଷଣା କରିଛନ୍ତି । ବିଶ୍ୱକପ ପରେ ସେ ଆୟ କରିଥିବା ସମସ୍ତ ଟଙ୍କା ଆଫଗାନିସ୍ତାନ ଭୂକମ୍ପ ପୀଡ଼ିତାଙ୍କୁ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ରାଶିଦ ।

ରାଶିଦ ଖାନ୍ ନିଜ ଅଫିସିଆଲ ଟ୍ୱିଟର ପେଜ୍ ରେ ଲେଖିଛନ୍ତି ଯେ, ମୋତେ ଆଫଗାନିସ୍ତାନର ପଶ୍ଚିମ ଅଞ୍ଚଳରେ ଭୂକମ୍ପ ପରିଣାମ ବିଷୟରେ ଜାଣିବା ପରେ ବହୁତ ଦୁଃଖ ଲାଗୁଛି । ଭୂକମ୍ପରେ ପୀଡ଼ିତ ଲୋକମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହୁଁଛି । ସେଥିପାଇଁ ବିଶ୍ୱକପ-୨୦୨୩ରେ ଆୟ ହୋଇଥିବା ସମସ୍ତ ମ୍ୟାଚ ଫି’ ପୀଡ଼ିତଙ୍କ ସହାୟତା ପାଇଁ ଦାନ କରିବାକୁ ଘୋଷଣା କରିଛନ୍ତି ରାଶିଦ ଖାନ୍ । ଏହାବ୍ୟତୀତ ଖୁବଶୀଘ୍ର ଏକ ଫଣ୍ଡ ରେଜିଙ୍ଗ ଅଭିଯାନ ଆରମ୍ଭ କରିବା ସହ ଲୋକମାନଙ୍କ ପାଇଁ ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା କରୁଥିବା ରାଶିଦ ଖାନ୍ କହିଛନ୍ତି ।

Get real time updates directly on you device, subscribe now.