fbpx

ରାଶିଦ ଖାନଙ୍କୁ ମିଳିଲା ଗାର୍ଡ ଅଫ ଅନର: ଜାଣନ୍ତୁ କେବେ, କେଉଁଠି ଏବଂ କାହିଁକି ରାଶିଦଙ୍କୁ ଦିଆଗଲା ସମ୍ମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଷ୍ଟାର ଲେଗ ସ୍ପିନର ରାଶିଦ ଖାନଙ୍କୁ ମିଳିଛି ଗାର୍ଡ ଅଫ ଅନର । ପାକିସ୍ତାନ ସୁପର ଲିଗକୁ ମଝିରୁ ଛାଡି ସ୍ୱଦେଶ ପେରିବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଏପରି ସମ୍ମାନ ପ୍ରଦାନ କରିଛନ୍ତି ପ୍ରତିପକ୍ଷ ଦଳର ଖେଳାଳି । ଆଫଗାନିସ୍ତାନ ସହିତ ବାଂଲାଦେଶ ଗସ୍ତେରେ ଯିବା ପାଇଁ ନିଜ ଦେଶକୁ ଫେରିଛନ୍ତି ରାଶିଦ । ରାଷ୍ଟ୍ରୀୟ ଦଳକୁ ସେବା ପ୍ରଦାନ କରିବା ପାଇଁ ରାଶିଦ ଏପରି ନିଷ୍ପତ୍ତି ନେଇଛନ୍ତି । ପିଏସଏଲରେ ଲାହୋର କଲନ୍ଦର୍ସ ପକ୍ଷରୁ ଖେଳୁଥିବା ରାଶିଦ ପିଏସଏଲ ଛାଡି ଏବେ ବାଂଲାଦେଶ ଗସ୍ତରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୩ ଫେବୃୟାରୀରୁ ଦିନିକିଆ ସିରିଜ ଆରମ୍ଭ ହେବ ।

ତେବେ ପିଏସଏଲ ଛାଡି ଯାଉଥିବା ରାଶିଦଙ୍କୁ ସମ୍ମାନର ସହିତ ବିଦାୟ ଦେଇଛନ୍ତି ଲାହୋର କଲନ୍ଦର୍ସର ସମସ୍ତ ଖେଳାଳି । ପଡିଆରୁ ଗାର୍ଡ ଅଫ ଅନର ସହିତ ବିଦାୟ ଜଣାଇଛନ୍ତି ସାଥୀ ଖେଳାଳି । ରାଶିଦଙ୍କ ପାଇଁ ଏହି ମୁହୂର୍ତ୍ତ ଥିଲା ଖୁବ ଇମୋସନ ।

Get real time updates directly on you device, subscribe now.