fbpx

ସାଧାରଣ ଲୋକଙ୍କୁ ଝଟକା! ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ?

Advertisement

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ଏଲପିଜି ଗ୍ୟାସ ସିଲିଣ୍ଡର ଦାମକୁ ପୁଣି ଥରେ ବଢ଼ାଇ ଦେଇଛନ୍ତି ସରକାର । ତୈଳ କମ୍ପାନିଗୁଡ଼ିକ ବିନା ସବସିଡି ୧୪.୨ କିଲେଗ୍ରାମର ସିଲିଣ୍ଡର ଦର ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି । ବର୍ଦ୍ଧିତ ମୂଲ୍ୟ ସହିତ ରାଜଧାନୀ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୮୪.୫୦ ଟଙ୍କାରୁ ୮୯୯.୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଏବେ ୫ କିଲୋଗ୍ରାମର ସିଲିଣ୍ଡର ୫୦୨ ଟଙ୍କାରେ ମିଳିବ । ଦିଲ୍ଲୀ-ମୁମ୍ବାଇରେ ବିନା ସବସିଡି ଥିବା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ସମାନ ରହିଥିବା ବେଳେ ପାଟନାରେ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ୧୦୦୦ ରୁ ମାତ୍ର ୨ ଟଙ୍କା କମ୍ ଦେବାକୁ ପଡିବ ।

ଭାରତରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦୁଇଟି ମୁଖ୍ୟ କାରଣ ହେଲା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବଂ ବୈଶ୍ୱିକ ସାଧାରଣ ମୂଲ୍ୟ।

ତେବେ ଜାନୁଆରୀ ୧ ରେ ଗ୍ୟାସ୍ ସିଲିଣ୍ଡରର ଦାମ୍ ୬୯୫ ଟଙ୍କା ରହିଥିଲା । ୧ ସେପ୍ଟେମ୍ବରରେ ଏହାର ଦାମ୍ ୮୮୪ ଟଙ୍କା ହୋଇଥିଲା । ଗତ ୮ ମାସ ମଧ୍ୟରେ ଗ୍ୟାସ୍ ସିଲିଣ୍ଡରର ଦାମ ୧୯୦ ଟଙ୍କା ମହଙ୍ଗା ହୋଇଛି । ଅନ୍ୟପଟେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୧୬୯୩ ରୁ ୧୭୩୬.୫ ଟଙ୍କା ହୋଇଛି ।

Get real time updates directly on you device, subscribe now.