ପୁରୀ: ପବିତ୍ର ରଥଯାତ୍ର ପର୍ବ ସରିବା ପରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଏହି ରଥଭଙ୍ଗା କାମ ଭୋଲ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି।
ସୂଚନା ମୁତାବକ, ପ୍ରଥମେ ଦେବଦଳନ ରଥ ଭଙ୍ଗାଯିବା ପରେ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି। ରଥଭଙ୍ଗା ଯିବା ପରେ ଚକ୍ର, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ ହେବ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯିବ। କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ। ନୀଳାଦ୍ରି ବିଜେ ପରେ ଶ୍ରୀହୀନ ହୋଇପଡ଼ିଥିଲା ୩ଟି ରଥ।