fbpx

ସାବଧାନ୍! ୩ ମାସ ପର୍ଯ୍ୟନ୍ତ ରାସନ ନନେଲେ ବନ୍ଦ ହୋଇଯିବ କାର୍ଡ

ନୂଆଦିଲ୍ଲୀ: ରାସନର ଡୋର ଷ୍ଟେପ୍ ଡେଲିଭରୀକୁ ମଞ୍ଜୁରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାରି ମଧ୍ୟରେ ରାସନ କାର୍ଡଧାରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଲଗାତାର ୩ ମାସ ଧରି ରାସନ ନେଉନଥିବା ରାସନ କାର୍ଡଧାରୀଙ୍କୁ ନେଇ ଖାଦ୍ୟ ଓ ଯୋଗାଣ ବିଭାଗ ଘରକୁ ଘର ସର୍ଭେ କରିବେ । ଏହି ସମୟରେ ଯଦି ବ୍ୟକ୍ତି କୌଣସି ସଠିକ୍ କାରଣ ଯୋଗୁଁ ରାସନ ନେବାକୁ ଆସନଥିବା ଜଣାପଡେ, ତେବେ ତାଙ୍କୁ ଠିକ ସମୟରେ ରାସନ ନେବାକୁ ନିର୍ଦ୍ଦେଶ ଦିଆଯାଇ ଛାଡି ଦିଆଯିବ । ଯଦି ରାସନ କାର୍ଡଧାରୀ ସେହି ସ୍ଥାନରେ ନମିଳେ, ତେବେ ତାଙ୍କ ରାସନ କାର୍ଡ ବାତିଲ ହୋଇଯିବ ।

ଦିଲ୍ଲୀ ସରକାରଙ୍କ ଖାଦ୍ୟ ଏବଂ ଯୋଗାଣ ବିଭାଗ ନଭେମ୍ବରରୁ ଏଭଳି ରାସନ କାର୍ଡଧାରୀଙ୍କ ଉପରେ ସର୍ଭେ ଆରମ୍ଭ କରିବ । ସୂଚନା ମୁତାବକ, ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଦିଲ୍ଲୀରେ ରେସନ କାର୍ଡ ଥିଲା । କିନ୍ତୁ କରୋନା କାରଣରୁ ଲାଗୁହୋଇଥିବା ଲକଡାଉନ ଯୋଗୁଁ ସେମାନେ ନିଜ ସହରକୁ ଚାଲିଯାଇଥିଲେ ଓ ସେମାନଙ୍କ ମଧ୍ୟରୁ ବହୁତ ସଂଖ୍ୟାରେ ଲୋକେ ବର୍ତ୍ତମାନ ସୁଦ୍ଧା ଫେରିନାହାନ୍ତି ।

ତେବେ ରାଜଧାନୀ ଦିଲ୍ଲୀରେ ୨୦୦୦ ରାସନ ଦୋକାନ ଅଛି, ଯାହାକୁ ୭୦ ସର୍କଲରେ ବିଭକ୍ତ କରାଯାଇଛି । ଦିଲ୍ଲୀ ସରକାରଙ୍କ ଖାଦ୍ୟ ଏବଂ ଯୋଗାଣ ବିଭାଗ ରାସନ କାର୍ଡଧାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଘରକୁ ଘର ସର୍ଭେ କରିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.