fbpx

ମାଲବାହୀ ଟ୍ରେନ୍‌ର ୧୬ ବଗି ଲାଇନ୍‌ଚ୍ୟୁତ, ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌

ଭୋପାଳ: ମଧ୍ୟପ୍ରଦେଶର ଝାବୁଆରେ ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହାର ୧୬ଟି ବଗି ଓଲଟି ପଡ଼ିଛି । ଫଳରେ ଏହି ଟ୍ରାକ୍‌ରେ ଟ୍ରେନ୍‌ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଯୋଗୁ ଅନେକ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳରେ ବିଳମ୍ବ ଘଟିଛି । କେତେକ ଟ୍ରେନ୍‌ର ଗତିଥକୁ ବଦଳାଇ ଦିଆଯାଇଥିବାବେଳେ ଅନ୍ୟ କେତେକ ଟ୍ରେନ୍‌ରେ ବିଳମ୍ବରେ ଚାଲୁଛି ।

ମାଲ୍‌ବାହୀ ଟ୍ରେନ୍‌ର ୧୬ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇ ପରସ୍ପର ଉପରେ ଚଢ଼ି ଯାଇଛନ୍ତି । ଏପରିକି ଦୂରଦୂରାନ୍ତ ପର୍ଯ୍ୟନ୍ତ ବଗିଗୁଡିକର ଯନ୍ତ୍ରାଂଶ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି । କୁହାଯାଉଛି, ବଗିରେ ସର୍ଟସର୍କିଟ୍‌ ପରେ ଏହି ଦୁର୍ଘଟଣା ଘଟିଛି । ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଛି । ଘଟଣାସ୍ଥଳରେ ରେଲୱେ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବଗିଗୁଡିକୁ ଟ୍ରାକ୍‌ରୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

Get real time updates directly on you device, subscribe now.